www.samajalive.in
Friday, December 12, 2025
19.1 C
Bhubaneswar

ପ୍ରଶାସନ ସହ ସମନ୍ୱୟ ଅଭାବ: ସିଏଚଏସଇ ପରୀକ୍ଷା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିରାଶ

ବଲାଙ୍ଗିର: ଗୁରୁବାରଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସରକାରୀ ଅଧିକାରୀମାନଙ୍କୁ ବଲାଙ୍ଗିର ଜିଲାର ୧୪ଟି ବ୍ଲକର ବିଭିନ୍ନ କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସମୟରେ ପର୍ଯ୍ୟବେକ୍ଷକମାନେ କେନ୍ଦ୍ରକୁ ଯାଇ ପରୀକ୍ଷା ଶେଷ ଯାଏ ରହିବାକୁ ଚିଠି କରାଯାଇଥିଲା। କିନ୍ତୁ ଆଜି ଚିଠି ଅନୁସାରେ ଅଧିକାରୀମାନେ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ କେନ୍ଦ୍ରକୁ ଯାଇଥିବା ବେଳେ ନା ସେଠାରେ ପରୀକ୍ଷା ହେଉଥିଲା ନା କେହି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ପରୀକ୍ଷା କେନ୍ଦ୍ର ହୋଇ ନଥିବା ଜାଣିବାକୁ ପାଇଥିଲେ। ଶେଷରେ ଅନେକ ପର୍ଯ୍ୟବେକ୍ଷକ ନିରାଶ ହୋଇଥିଲେ।

ବୁଧୁବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ୮୮ ନମ୍ବର ଚିଠିରେ ଜିଲାର ୭୧ଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କେନ୍ଦ୍ର ପାଇଁ ୭୧ଜଣ ସରକାରୀ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ। ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ସକାଳ ୮ଟା ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନୋଡାଲ ସେଣ୍ଟରରୁ ପରୀକ୍ଷା ପ୍ରଶ୍ନପତ୍ର ଆସିବା ପରେ ପର୍ଯ୍ୟବେକ୍ଷକ, ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଖୋଲିବେ। ପରୀକ୍ଷା ଶେଷ ପରେ ଉତ୍ତର ଖାତାକୁ ଠିକ୍‍ ଭାବେ ରଖିବା ସହ ସିଲ୍‍ କରିବା ଯାଏ ପର୍ଯ୍ୟବେକ୍ଷକମାନେ ରହିବେ। ପରୀକ୍ଷା ପ୍ରକ୍ରିୟା ଚାଲିବା ଯାଏ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ଦାୟିତ୍ୱ ଠିକ୍‍ ଭାବେ ତୁଲାଇବାକୁ ଚିଠି ଜରିଆରେ କୁହାଯାଇଥିଲା। ଚିଠି ଅନୁସାରେ ବିଭିନ୍ନ କେନ୍ଦ୍ରକୁ ପର୍ଯ୍ୟବେକ୍ଷକମାନେ ଯାଇଥିଲେ। ଜିଲାର ଅନେକ କେନ୍ଦ୍ରରେ ପରୀକ୍ଷା ହେଉ ନଥିବା ଜାଣିବା ପରେ ପର୍ଯ୍ୟବେକ୍ଷକମାନେ ନିରାଶ ହୋଇ ଫେରିଥିଲେ। ଏଭଳି ସୂଚନା ମିଳିବା ପରେ କିଛି ପର୍ଯ୍ୟବେକ୍ଷକଙ୍କ ସହ କଥା ହେବା ବେଳେ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲା ପ୍ରଶାସନର ଏଭଳି ଖାମଖିଆଲି ଆଭିମୁଖ୍ୟକୁ ନାମ ପ୍ରକାଶ ନକରିବା ସର୍ତ୍ତରେ ନିନ୍ଦା କରିଥିଲେ। ଏସଂପର୍କରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପଚାରିବାରୁ ସିଏଚଏସଇ ଦେଇଥିବା ତଥ୍ୟ ଅନୁସାରେ ଆମେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲୁ। କିନ୍ତୁ କିଛି ସ୍ଥାନରେ ପରୀକ୍ଷା କେନ୍ଦ୍ର ହୋଇ ନଥିବା ସୂଚନା ଆମେ ମଧ୍ୟ ପାଉଛୁ। କ’ଣ ହୋଇପାରିବ ତାହା ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ଲାଗୁରୀ କହିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories