www.samajalive.in
Monday, December 8, 2025
27.1 C
Bhubaneswar

ଚୀନରେ ତିଆରି ଭାରତରେ ବିକ୍ରି: ଦିଆଯିବନି ପ୍ରଶୟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛନ୍ତି ଏଲନ୍‌ ମସ୍କ । ଟ୍ୱିଟର କିଣିବା ପରେ ସବୁଠି ଏଲନ୍‌ ମସ୍କକୁ ନେଇ କିଛିନା କିଛି ଚର୍ଚ୍ଚ ହେଉଥିବା ନଜର ଆସୁଛି । ହେଲେ ବର୍ତ୍ତମାନ ଏଲନ ମସ୍କଙ୍କ ଇ-କାର୍‌ କମ୍ପାନୀ ଟେସଲାରକୁ ନେଇ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏକ ସମ୍ମିଳନୀରେ କିଛି ଗୁରୁତ୍ୱପୂର୍ଣ୍ଣ ବିବୃତି ରଖିଥିବା ଶୁଣିବାକୁ ମିଳିଛି ।

ନିତିନ ଏଲାନଙ୍କ ବୈଦ୍ୟୁତିକ କାରକୁ ନେଇ କିଛି କହିଥିବା ସୂଚନା ମିଳିଛି । ନୀତିନ କହିଛନ୍ତି ଭାରତରେ ଇ-କାର୍‌ କମ୍ପାନୀ ଟେସଲାର ବ୍ୟବସାୟକୁ ସ୍ୱାଗତ କରୁଛି । କିନ୍ତୁ ଚାଇନାରୁ କାର୍‌ ଆମଦାନୀ କରି ଭାରତରେ ବୈଦ୍ୟୁତିକ ଯାନ ବିକ୍ରି କରିବା ଠିକ୍‌ ନୁହେଁ ବୋଲି ସେ ରୋକଠୋକ କହିଛନ୍ତି ।

- Advertisement -

ନିତିନ ଆହୁରି ମଧ୍ୟ କହିଛନ୍ତି ଏଲନ୍‌ ଚାହୁଁଛନ୍ତି ଭାରତ ସରକାର ଇ-କାର୍‌ କମ୍ପାନୀ ଟେସଲାର କାର୍‌ ଉପରେ ଆମଦାନୀ ଶୁକ୍ଳ ହ୍ରାସ କରନ୍ତୁ । ଯାହାଦ୍ବାରା ସେ ସହଜରେ ଭାରତୀୟ ବଜାରରେ ବ୍ୟବସାୟ କରିପାରିବେ ।

ହେଲେ ଏହାକୁ ନେଇ ସରକାର ଆଦୌ ପ୍ରସ୍ତୁତ ନଥିବା ନିତିନ କହିଛନ୍ତି । ନିତିନଙ୍କ କହିବା ଅନୁସାରେ ଇ-କାର୍‌ କମ୍ପାନୀ ଟେସଲାର ଭାରତରେ ଆସି ପ୍ରଥମେ କାର୍‌ ପ୍ରସ୍ତୁତକରୁ ପରେ ସରକାର ଏନେଇ ନିଷ୍ପତ୍ତି ନେବେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories