www.samajalive.in
Saturday, December 6, 2025
16.1 C
Bhubaneswar

କେଭିରେ ମାଗଣା ପଢ଼ିବେ ଅନାଥ ପିଲା

ନୂଆଦିଲ୍ଲୀ: ଅନାଥ ପିଲାଙ୍କ ପାଠପଢ଼ା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି କୋଭିଡ ଅନାଥ ପିଲା ମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିପାରିବେ । ସାଂସଦ କୋଟା ଉଚ୍ଛେଦ ପରେ ଏପରି ଏକ ନୂତନ ନିୟମ ଲାଗୁ କରାଯାଇଛି । କରୋନାରେ ବାପା ମା’ଙ୍କୁ ହରାଇଥିବା ପିଲାମାନେ ପିଏମ କେୟାର ଫର୍‌ ଚିଲଡ୍ରେନ ଯୋଜନାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ସହ ପ୍ରଥମରୁ ଦ୍ୱାଦଶ ଯାଏ ମାଗଣାରେ ପାଠ ପଢ଼ିବେ ବୋଲି କୁହାଯାଇଛି ।

ଆହୁରି କୁହାଯାଇଛି ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣଙ୍କୁ ନାଁ ଲେଖାଇବାର ସୁଯୋଗ ଦିଆଯିବ । ନାମ ଲେଖାଇବାକୁ ଥିବା ପିଲାମାନଙ୍କର ତାଲିକା ଜିଲ୍ଳା ପ୍ରଶାସନ ଦେବା ପରେ ଅନାଥ ପିଲାଙ୍କୁ ଏହି ବ୍ୟବସ୍ଥାର ସୁଯୋଗ ଦେବେ ସରକାର ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories