www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ : ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ ଦେଶର ବହୁ ବରେଣ୍ୟ ସାହିତ୍ୟ ସାଧକ ଓ ସାଧିକା ଯୋଗଦେଇଥିବା ଦେଖାଯାଇଥିଲା । ଏହି ସାରସ୍ୱତ ସମାରୋହରେ ପ୍ରଖ୍ୟାତ ସାହିତ୍ୟିକା ବନଜ ଦେବୀ ଏବଂ ପ୍ରତିଭା ଶତପଥୀ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଊର୍ଦ୍ଧ୍ୱ କବି ଓ କବୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ବିଖ୍ୟାତ ଲେଖିକା ତଥା ଡଲ୍‍ସର ସଭାନେତ୍ରୀ ଡଃ ଅନୀତା ପଣ୍ଡା, ସଂସଦର ସଦସ୍ୟାମାନଙ୍କର ନିଷ୍ଠାପରତା ଓ କର୍ତ୍ତବ୍ୟନିଷ୍ଠତାର ଭୂରୀଭୂରୀ ପ୍ରଶଂସା କରିଥିଲେ । କରୋନା ମହାମାରୀ ଯୋଗୁଁ ବନ୍ଦ କୋଠରୀ ମଧ୍ୟରେ ଥାଇ ମଧ୍ୟ ବିଶ୍ୱବିଦିତ ସାହିତ୍ୟିକମାନଙ୍କର ଲେଖାକୁ ସଂଗ୍ରହ କରି ପ୍ରକାଶ କରାଯାଇଥିବା ଉପହାର, ଅମୃତ ସନ୍ଧାନୀ ମନୋଜ ଏବଂ ଆମ ଜୀବନରେ କବି ରମାକାନ୍ତ ଆଦି ତିନୋଟି ପୁସ୍ତକ ଡଲ୍‍ସର ସଫଳତାର ସ୍ୱାକ୍ଷର ବହନ କରିଥିବା ଡଃ ପଣ୍ଡା ଦର୍ଶାଇଥିଲେ ।

ପ୍ରବାସରେ ରହି ନିଜର ମାତୃଭାଷାକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ଡଲ୍‍ସର ପ୍ରୟାସ ଅଭିନନ୍ଦନୀୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କରିଥିବା ବାର୍ତ୍ତା ସଭାରେ ପାଠ କରାଯାଇଥିଲା । ଡିଜିଟାଲ ବୈଠକର ବିଶେଷ ଆକର୍ଷଣ ଭାରତୀ ଭୁଷଣ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ ଓ ସୌଦାମିନୀ ସାମନ୍ତରାୟଙ୍କ ଦ୍ୱାରା ମନଲୋଭା ସଂଗୀତ ପରିବେଷଣ ଥିଲା ।
ଶେଷରେ ଉପସଭାନେତ୍ରୀ ବରିଷ୍ଠ ପ୍ରଶାସିକା ସୁଜାତା ଚୌଧୁରୀ ଉତ୍ସବର ଅଭୂତପୂର୍ବ ସଫଳତା ପାଇଁ ଡଲ୍‍ସର ସଦସ୍ୟାଗଣ ଏବଂ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଡଲ୍‍ସର ସମ୍ପାଦକ କଲ୍ୟାଣୀ ମିଶ୍ର, ବରିଷ୍ଠ କାର୍ଯ୍ୟକାରୀଣି ସଦସ୍ୟା ରମାରାଣି ହୋତା, କୋଷାଧ୍ୟକ୍ଷ ରୀତାରାଣୀ ନାୟକ, ସଂଯୋଜିକା ଡଃ ନିବେଦିତା ଗିରି ଓ ସଦସ୍ୟା ଶୁଭ୍ରଲୀନା ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories