www.samajalive.in
Wednesday, December 10, 2025
26.1 C
Bhubaneswar

୨୦୨୩ ଏସିଆନ କପ୍‌ ଫୁଟବଲ ଚୂଡାନ୍ତ ପର୍ଯ୍ୟାୟ ଯୋଗ୍ୟତା ମ୍ୟାଚ୍‌ ପାଇଁ ୪୧ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଏଏଫ୍‌ସି ପୁରୁଷ ଏସିଆନ କପ୍‌ ଫୁଟବଲ ୨୦୨୩ ଚୂଡାନ୍ତ ଯୋଗ୍ୟତା ପଯ୍ୟାୟ ମ୍ୟାଚ ଜୁନରେ କଲକାତାରେ ଭାରତ ଖେଳିବ । ଭାରତୀୟ ଦଳ ପ୍ରସ୍ତୁତି ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପକ୍ଷରୁ ସମ୍ଭାବ୍ୟ ଶିବିର ପାଇଁ ୪୧ଜଣିଆ ଖେଳାଳି ମନୋନୟନ କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ଇଗାର ଷ୍ଟିମାକଙ୍କ ନେତୃତ୍ବରେ କଲକାତାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଖେଳାଳିମାନେ ୨୩ରୁ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିବାବେଳେ ମେ ୮ରୁ କଲକାତାରେ ଶିବିର ଆରମ୍ଭ ହେବ। ଶିବିରରେ ସ୍ଥାନ ପାଇଥିବା ଏଟିକେ ମୋହନବାଗାନ୍‌ ଓ ମୁମ୍ବଇ ସିଟି ଏଫ୍‌ସି କ୍ଳବ ଖେଳାଳିମାନେ ଏଏଫ୍‌ସି କ୍ଳବ ମ୍ୟାଚ ଶେଷ ହେବା ପରେ ଯୋଗ ଦେବେ ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି।

ଭାରତ ଗ୍ରୁପ ଡି ରେ ଆଫଗାନିସ୍ତାନ, ହଂକଂ, କାମ୍ବୋଡିଆ ସହ ସ୍ଥାନ ପାଇଛି। ଭାରତ ଜୁନ୍ ୮ରେ ପ୍ରଥମ ମ୍ୟାଚ କାମ୍ବୋଡିଆ ସହ ଖେଳିବ।

- Advertisement -

ସମ୍ଭାବ୍ୟ ଦଳ : ଗୁର୍‌ପ୍ରୀତ ସିଂହ ସାନ୍ଧୁ, ଅମରିନ୍ଦର ସିଂହ, ପ୍ରଭସୁଖହାନ ଗିଲ୍‌,ମହମ୍ମଦ ନୱାଜ,ଟି.ପି ରେହାନ୍‌ସ(ସମସ୍ତେ ଗୋଲରକ୍ଷକ), ପ୍ରୀତକ କୋଥାଳ,ଆଶୁତୋଷ ମେହେଟା, ଆଶିଷ ରାଇ, ହରମିପାମ୍‌ ରିଭାସ, ରାହୁଲ ବେକ୍‌, ସନ୍ଦେଶ ଝିଙ୍ଘାନ,ନରେନ୍ଦର ଗେହେଲଟ୍‌, ଚିଙ୍ଗଲେନାସାନା ସିଂହ, ଅନୱାର ଅଲ୍ଲୀ, ଶୁଭାଶିଷ ବୋଷ, ଆକାଶ ମିଶ୍ରା,ରୋଶନ ସିଂହ, ହରମୋନଜ୍ୟୋତ ସିଂହ ଖାବ୍ରା(ସମସ୍ତେ ଡିପେଣ୍ଡର)। ଉଦାନ୍ତ ସିଂହ, ବିକ୍ରମ ପ୍ରତାପ ସିଂହ, ଅନିରୁଦ୍ଧ ଥାପ୍ପା, ପ୍ରଣୟ ହାଲ୍‌ଦାର, ଜିକ୍‌ସାନ ସିଂହ, ଗ୍ଲେନ ମାର୍ଟିନ, ଭି.ପି ସୁହାର, ଲାଲେଙ୍ଗମାୱା, ସାହିଲ ଅବଦୁଲ ସାମଦ, ୟାସିର ମହମ୍ମଦ, ଲାଲିଆନଜୁଲା ଚାଙ୍ଗେଟ, ସୁରେଶ ସିଂହ, ବ୍ରାଣ୍ଡେନ ଫର୍ଣ୍ଣାଣ୍ଡିଜ୍‌, ଋତିକ୍‌ କୁମାର ଦାସ, ଲାଲଥାଙ୍ଗା ଖାୱାଥିଲିଙ୍ଗ, ରାହୁଲ କେ.ପି, ଲିଷ୍ଟନ କୋଲାକୋ, ବିପିନ ସିଂହ, ଆଶିକ୍‌ କୁରିଆନା (ସମସ୍ତେ ମିଡ୍‌ଫିଲଡର), ମାନବୀର ସିଂହ, ସୁନୀଲ ଛେତ୍ରୀ,ରହିମ ଅଲ୍ଲୀ,ଇଷାନ ପଣ୍ଡିତ (ସମସ୍ତେ ଫରୱାର୍ଡ)।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories