ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ବାଲେଶ୍ବର: ଏକ ଦୈନିକ ଖବରକାଗଜର ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବାଲିଆପାଳର ଜଣେ ସାମ୍ବାଦିକଙ୍କୁ ସକାଳ ୬.୩୦ମିନିଟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣା ପଡିଛି। ସାମ୍ବାଦିକଙ୍କ ନାମ ରାଧାକୃଷ୍ଣ ସାହୁ। ତାଙ୍କ ହାତର ଦୁଇଟି ଆଙ୍ଗଠି ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଗୋଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।