www.samajalive.in
Thursday, December 11, 2025
13.1 C
Bhubaneswar

ଶିଶୁଙ୍କ ପାଇଁ ଦିନଟିଏ 

ବେଗୁନିଆ: ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଗ୍ରାମପଞ୍ଚାୟତ ଚନ୍ଦ୍ରଶେଖରପୁର ମୌଜାର ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ସରପଞ୍ଚ ସନ୍ତୋଶୀ ରାୟଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ପାଇଁ ଗୋଟିଏ ଦିନ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ରଞ୍ଜୁବାଳା ସାହୁ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ପଞ୍ଚାୟତ ସମିତିସଭ୍ୟା, ୱାର୍ଡ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା। ପରେ ସରପଞ୍ଚ, ସମିତିସଭ୍ୟା ଏବଂ ସିଡିପିଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସିଡିପିଓ ଶିଶୁମାନଙ୍କର ବିକାଶ ଏବଂ ବାଲ୍ୟ ବିବାହକୁ କିପରି ରୋକା ଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ପରେ ସିକୋ ପଞ୍ଚାୟତରେ ବାଲ୍ୟବିବାହ ଯେପରି ନହେବ ସେଥିପାଇଁ ସମସ୍ତେ ଶପଥ ନେଇଥିଲେ । ଶେଷରେ ହରପ୍ରିୟା ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories