www.samajalive.in
Thursday, December 11, 2025
16.1 C
Bhubaneswar

ଗରିବର ମୁଣ୍ଡ ଉପରେ ନାହିଁ ଛାତ – ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ମଧୁପୁର ଗ୍ରାମର କମଳ ଧୀବର

ଝୁମ୍ପୁରା : ଗରିବ ପରିବାର ମୁଣ୍ଡ ଉପରେ ଛାତ ପାଇଁ ରହିଛି ସରକାରୀ ଯୋଜନା । ଏହି ଯୋଜନା ରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀ ଯେପରି ସାମିଲ ହୋଇ ପାରିବେ ସେଥି ନିମନ୍ତେ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କର୍ମଚାରୀ ରହିଛନ୍ତି । ଗରିବ ଲୋକଙ୍କୁ ଚିହ୍ନଟ କରି ତାଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ମଧୁପୁର ଗ୍ରାମର କିଛି ଧୀବର ପରିବାର ରହିଛନ୍ତି । ଏହି ଭୂମିହୀନ ଧୀବର ମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାର ତରଫରୁ ୪ଡିସିମିଲ ସରକାରୀ ଜମି ମିଳିଛି । ସରକାର ଭୂମିହୀନ ଗରିବ ଲୋକଙ୍କୁ ୪ ଡିସିମିଲ ଜମି ସହିତ ଆବାସ ଯୋଜନାରୁ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ମଧୁପୁର ଗ୍ରାମରେ ରହୁଥିବା ଧୀବର ପରିବାର ଏଥିରୁ ସଂପୂର୍ଣ୍ଣ ଭାବରେ ବଞ୍ଚିତ ହୋଇ ରହିଛନ୍ତି ।

- Advertisement -

ମଧୁପୁର ଗ୍ରାମର କମଳ ଧୀବର ଜଣେ ଅତ୍ୟନ୍ତ ଗରିବ ସେ ନିଜସ୍ୱ ଉଦ୍ୟମରେ ଏକ ଘର ନିର୍ମାଣ କରିଥିଲେ କିନ୍ତୁ ଏବେ ଏହି ଘର ଅଧାଭଙ୍ଗା ଅବସ୍ଥାରେ ରହିଛି । ଘରର ଅବସ୍ଥା ଏପରି ହୋଇଛି ଯେ ରାତିରେ ଘର ଭିତରେ ଜହ୍ନ ଆଲୁଅ ରେ ଆଲୋକିତ ହେଉଥିବା ବେଳେ ଦିନରେ ସୂର୍ଯ୍ୟର ତାତି ତାଙ୍କ ଘର ଭିତରେ । କମଳ ପାଖରେ ଘରକୁ ମରାମତି କରିବା ପାଇଁ ସମ୍ବଳ ନଥିବାରୁ ବର୍ତ୍ତମାନ ଖରା ଦାଉରୁ ନିଜର ପରିବାରକୁ ରକ୍ଷା କରିବା ନିମନ୍ତେ ଘର ଉପରେ ପଲିଥିନ ଟାଙ୍ଗି ଥିବା ଦେଖିବାକୁ ମିଳିଛି ।

ଗ୍ରାମରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଗ୍ରାମ ସଭାରେ ତାଙ୍କ ନାମକୁ ପଞ୍ଜିକରଣ ହୋଇଥାଏ । ଆବାସ ଯୋଜନାରୁ ଘର ପାଇବା ନିମନ୍ତେ ୬ଥର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଆବାସ ଯୋଜନାରୁ ଘର ମିଳିପାରିଲା ନାହିଁ ବୋଲି କମଳର ସ୍ତ୍ରୀ ଅଞ୍ଜଳୀ କହଛନ୍ତି । ବର୍ତ୍ତମାନ ଏହି ଅଧାଭଙ୍ଗା ଅବସ୍ଥାରେ ରହିଥିବା ଘରେ କମଳ ଧୀବର ଙ୍କ ସମେତ ତାଙ୍କର ସ୍ତ୍ରୀ ଅଞ୍ଜଳି, ପିଲା କୁନି, ମୁନି, କୁନା ଅତି ଦମନୀୟ ଅବସ୍ଥାରେ ରହିଆସୁଛନ୍ତି । କମଳକୁ ତୁରନ୍ତ ଆବାସ ଯୋଜନାରୁ ଘର ଯୋଗାଇ ଦେବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories