www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀଶଙ୍କରଙ୍କ ନୂଆ ଜାତୀୟ ରେକର୍ଡ; ଫାଇନାଲରେ ଅମିୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଗୋଟିଏ ନୂତନ ଜାତୀୟ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ୨୦୦ ମିଟର ଦୌଡ଼ରେ ଓଡ଼ିଶାର ଅମିୟ ମଲ୍ଲିକ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
୨୦ କିମି ମହିଳା ଚାଲିରେ ହରିୟାଣାର ରବିନା ୧ ଘଣ୍ଟା ୪୨ ମିନିଟ୍‍ ୩୨ ସେକେଣ୍ଡ ସହ ପ୍ରଥମ, ରେଳବାଇର ପ୍ରିୟଙ୍କା ୧ ଘଣ୍ଟା ୪୫ ମିନିଟ୍‍ ୩୨ ସେକେଣ୍ଡ ସହ ଦ୍ୱିତୀୟ ଓ ଚଣ୍ଡିଗଡ଼ର ବନ୍ଦନା ୧ ଘଣ୍ଟା ୪୯ ମିନିଟ୍‍ ୨୫ ସେକେଣ୍ଡ ସହ ତୃତୀୟ, ମହିଳା ଡିସକସ୍‍ ଥ୍ରୋରେ ରେଳବାଇର କମଲପ୍ରୀତ କୌର ୫୬.୧୧ ମିଟର ଥ୍ରୋ କରି ପ୍ରଥମ, ନବଜିତ କୌର ଧିଲନ ୫୪.୮୪ ମିଟର ଥ୍ରୋ କରି ଦ୍ୱିତୀୟ, ସନ୍ଦୀପା କୁମାରୀ ୫୩.୯୬ ମିଟର ଥ୍ରୋ କରି ତୃତୀୟ, ମହିଳା ପୋଲଭଲ୍ଟରେ କର୍ଣ୍ଣାଟକର ଖ୍ୟାତି ଭାକାରିଆ ୪ ମିଟର ସହ ପ୍ରଥମ, ରେଳବାଇର କ୍ରିଷ୍ଣା ରଚାନ୍‍ ୩.୯୫ ମିଟର ସହ ଦ୍ୱିତୀୟ ଓ କର୍ଣ୍ଣାଟକର ମାରିଆ ଜୈସନ ୩.୭୦ ମିଟର ସହ ତୃତୀୟ, ୨୦୦ମିଟର ପୁରୁଷ ଦୌଡ଼ ଫାଇନାଲରେ ଓଡ଼ିଶାର ଅମିୟ କୁମାର ମଲ୍ଲିକ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ ହିଟ୍-୧ରେ ଅମିୟ ୨୧.୬ ୫ସେକେଣ୍ଡରେ ଅତିକ୍ରମ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ପୁରୁଷ ହାମ୍ମର ଥ୍ରୋରେ ସର୍ଭିସେସ୍‍ର ତନବୀର ସିଂହ ୬୩.୧୨ ମିଟର ପକାଇ ପ୍ରଥମ, ଓନ୍‍ଜିସିର ଦାମ୍‍ନିତ ସିଂହ ୬୨.୨୭ ମିଟର ପକାଇ ଦ୍ୱିତୀୟ ଓ ରେଲୱେର ସୁଖଦେବ ସିଂହ ୬୧.୫୬ ମିଟର ପକାଇ ୩ୟ ସ୍ଥାନରେ ରହିଛନ୍ତି।
ପୁରୁଷ ଲଙ୍ଗଜମ୍ପରେ କେରଳର ଏମ. ଶ୍ରୀଶଙ୍କର ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଶ୍ରୀଶଙ୍କର ୮.୨୦ ମିଟର ଅତିକ୍ରମ କରି ପ୍ରଥମ ସ୍ଥାନ ସହିତ ପୂର୍ବରୁ ୨୦୧୬ରେ ଆଲମାଟିରେ ଅଙ୍କିତ ଶର୍ମା ୮.୧୯ ମିଟରଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି। ସର୍ଭିସେସ୍‍ର ଭି. ଜିନେଶ ୭.୯୫ ମିଟର ଅତିକ୍ରମ କରି ଦ୍ୱିତୀୟ, ହରିୟାଣାର ସାହିଲ ମହାବଳୀ ୭.୮୧ ମିଟର ଅତିକ୍ରମ କରି ତୃତୀୟ, ପୁରୁଷ ୫୦୦୦ମିଟର ଦୌଡ଼ରେ ଗୁଜୁରାଟର ମୁରଲୀକୁମାର ଗାଭିଟ ୧୪.୩୫.୯୬ ସେକେଣ୍ଡ ସହ ପ୍ରଥମ, ରେଲୱେର ଅଭିଷେକ ପାଲ ୧୪.୩୬.୬୨ ସେକେଣ୍ଡରେ ଅତିକ୍ରମ କରି ୨ୟ ସର୍ଭିସେସର ମାନ୍‍ ସିଂହ ୧୪.୩୭.୧୮ ସେକେଣ୍ଡରେ ଅତିକ୍ରମ କରି ୩ୟ, ପୁରୁଷ ସଟ୍‌ପୁଟ୍‌ରେ ସର୍ଭିସେସ୍‍ର ପ୍ରବୀଣ ୧୮.୭୬ ମିଟର ପକାଇ ପ୍ରଥମ, ପଞ୍ଜାବର ଯଶଦୀପ ସିଂହ ୧୮.୭୩ ମିଟର ପକାଇ ୨ୟ, ରେଳବାଇର ସୁନୀଲ କୁମାର ୧୮.୦୯ ମିଟର ପକାଇ ତୃତୀୟ, ମହିଳା ୪/୧୦୦ ମିଟର ରିଲେରେ ତାମିଲନାଡ଼ୁର ଏସ. ଧନଲକ୍ଷ୍ମୀ ,ଏ. ଚନ୍ଦ୍ରଲେଖା, ଏସ. ଅର୍ଚ୍ଚନା ଓ ସି. କାନିମୋଝିଙ୍କ ଦଳ ୪୬.୦୩ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ, ରେଳବାଇର ଏନ. ଶ୍ରଦ୍ଧା, ପ୍ରିୟଙ୍କା ସୋନାଲ ଚାୱଲା ଓ ହିମାଶ୍ରୀ ରାୟ ୪୬.୩୮ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ, ମହାରାଷ୍ଟ୍ରର ଅଙ୍କିତା ଗୋସାଭି, ରୋଜାଲିନ ଲୁଇସ୍‍, ଡି ଭାଲେଣ୍ଡର୍ସ ଓ ରଶ୍ମି ଶ୍ରୀସାଗର ୪୭.୧୨ ସେକେଣ୍ଡରେ ଅତିକ୍ରମ କରି ତୃତୀୟ, ମହିଳା ୫୦୦୦ ମିଟର ଦୌଡ଼ରେ ରେଲୱେର ଏଲ. ସୂରିଆ ୧୬.୧୦.୩୫ ସେକେଣ୍ଡ ସହ ପ୍ରଥମ, ପାରୁଲ ଚୌଧୁରୀ ୧୬.୧୩.୮୮ ସେକେଣ୍ଡ ସହ ଦ୍ୱିତୀୟ ଓ ଏଲଆଇସିର ମୋନିକା ଏଲ. ଆଥରେ ୧୬.୨୪.୪୨ ସେକେଣ୍ଡ ସହ ତୃତୀୟ ,ପୁରୁଷ ୪/୧୦୦ ମିଟର ରିଲେରେ ରେଳବାଇର ମୋହିତ, ମାଣିକନନ୍ଦନ ରାଜ,ସୁଧାକର ଚିନ୍ତା ଓ ବି. ଶିବକୁମାର ୪୦.୫ ୪ସେକେଣ୍ଡ ସହ ପ୍ରଥମ, ପଞ୍ଜାବର ଅଙ୍ଗରାଜ ସିଂହ, ଗୁରୁଲାଲ ସିଂହ, ହରଜିତ୍‍ ସିଂହ ଓ ଆକାଶଦୀପ ସିଂହ ୪୦.୭୯ ସେକେଣ୍ଡ ସହ ଦ୍ୱିତୀୟ ଓ ମଣିପୁରର ଏଲ. ମାଣିକ ସିଂହ, ଏ. ପାଦାତେ, ନାଗାର୍ଜୁନ ପଲ୍ଲା ଓ ଅଭିଜିତ ନାୟର ୪୦.୯୬ ସେକେଣ୍ଡ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories