www.samajalive.in
Sunday, December 7, 2025
15.1 C
Bhubaneswar

ତନୁଶ୍ରୀ-ନାନା ପାଟକରଙ୍କ ବିବାଦରେ ମୁହଁ ଖୋଲିଲେ ଅମିତାଭ

ମୁମ୍ବଇ : ଗୁରୁବାର ବଲିଉଡ ପରଫେକ୍ଟନିଷ୍ଟ ଅମିର ଖାନ, ବିଗ୍‍ ବି ଅମିତାଭ ବଚ୍ଚନ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅମିର ଖାନ ଏକ ଠକର ଭୂମିକାରେ ଅଭିନୟ କରୁଥିବାବେଳେ ଅମିତାଭ ବଚ୍ଚନ୍‍ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଫତିମା ସନା ଓ କ୍ୟାଟ୍ରିନା କୈଫ ମଧ୍ୟ ରହିଛନ୍ତି। ସମସ୍ତ କଳାକାରଙ୍କ ଉପସ୍ଥିତିରେ ମୁମ୍ବଇର ଏହି ଟ୍ରେଲର ସମାରୋହ ହୋଇଥିଲା। ତନୁଶ୍ରୀ ଦତ୍ତ ଏବଂ କଳାକାର ନାନା ପାଟକରଙ୍କ ବିବାଦକୁ ନେଇ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ। ଅମିତାଭ ଏହି ପ୍ରଶ୍ନରେ କହିଥିଲେ, ମୁଁ ନାନା ପାଟକର ନୁହେଁ କିମ୍ବା ତନୁଶ୍ରୀ ନୁହେଁ ସେଥିପାଇଁ ମୁଁ ଏ ପ୍ରଶ୍ନର ଉତ୍ତର ଦେବାକୁ ମନେ କରୁନାହିଁ। ଅମିର ଖାନ କହିଥିଲେ, ଘଟଣାର ସତ୍ୟତା ନ ଜାଣି କୌଣସି ବିଷୟରେ ମତ ଦେବା ଠିକ ହେବ ନାହିଁ । ନିକଟରେ ଏକ ସାକ୍ଷାତକାରରେ ତନୁଶ୍ରୀ କହିଛନ୍ତି ଯେ, ‘ହର୍ନ ଓକେ ପ୍ଲିଜ’ ଚଳଚ୍ଚିତ୍ର ଏକ ଗୀତର ନୃତ୍ୟ କରିବା ବାହାନାରେ ନାନା ପାଟକର ମୋ ସହ ଖରାପ ବ୍ୟବହାର କରିଥିଲେ। ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଚାହୁଁଥିଲେ ଯେ ନାନା ଯାହା ବି କରୁଛନ୍ତି ତାହା ଚଳଚ୍ଚିତ୍ରର ଏକ ଅଂଶ। ଏ ବିଷୟରେ ମୋ ପରିବାର ଲୋକେ ଜାଣିଥିଲେ। ଏହାକୁ ନେଇ ଆମ କାର ଉପରେ ଆକ୍ରମଣ ମଧ୍ୟ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories