www.samajalive.in
Monday, December 8, 2025
27.1 C
Bhubaneswar

ପଣା ସଂକ୍ରାନ୍ତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ କୁଆପସି ଗ୍ରାମରେ ଆସନ୍ତା ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଖ୍ୟାତ ଝୁମର ନୃତ୍ୟ ଶିଳ୍ପୀ ଓ କଣ୍ଠ ଶିଳ୍ପୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ । ପଣା ସଂକ୍ରାନ୍ତିର ପ୍ରଥମ ଦିନ ୧୪ ତାରିଖ ଦିନ ନୃତ୍ୟ ପ୍ରତିଯୋଗିତା, ଦ୍ଵତୀୟ ଦିନ ୧୫ ତାରିଖରେ ଏମଜେ ଝୁମର ଦଳ ଡିଆନାଳୀ ଦ୍ୱାରା ନୃତ୍ୟ ପରିବେଷଣ, ତୃତୀୟ ଦିନ ୧୬ତାରିଖ ସନ୍ଧ୍ୟାରେ ବିଶିଷ୍ଟ ଝୁମର ସଙ୍ଗୀତ ନିର୍ଦେଶକ ଧର୍ମାନନ୍ଦ ମହାନ୍ତଙ୍କ ନିର୍ଦେଶନାରେ କଣ୍ଠଶିଳ୍ପୀ ଉର୍ମିଳା ମହାନ୍ତ, ଗୌତ୍ତମ ମହାନ୍ତ,ପମି ମହାନ୍ତ, ଡଲି ମହାନ୍ତ, ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ପ୍ରସ୍ତୁତି ବୈଠକରେ ଲକ୍ଷ୍ମୀନାରାୟଣ କ୍ଳବ କୁଆପସିର ସଭାପତି ପବିତ୍ର ମହାନ୍ତ,ସମ୍ପାଦକ ବିଶ୍ୱନାଥ ମହାନ୍ତ,ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଟୁନୁରାମ ମହାନ୍ତ, ପରେଶ ମହାନ୍ତ, ପ୍ରହ୍ଲାଦ ମହାନ୍ତ, ଶ୍ରବଣ କୁମାର ମହାନ୍ତ, ବାବୁଲି ମହାନ୍ତ, କୃଷ୍ଣ ଚନ୍ଦ୍ର ମହାନ୍ତ, ଜୟ ଦେବ ମହାନ୍ତଙ୍କ ସହିତ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories