www.samajalive.in
Sunday, December 7, 2025
23.1 C
Bhubaneswar

ପାଟଣାରେ ଅଣ ଆବାସିକ କୃଷକ ତାଲିମ ଶିବିର

ପାଟଣା: ପାଟଣା ବ୍ଲକ କୃଷିବିଭାଗ ସଭାଗୃହ ଠାରେ ଦୁଇ ଦିନିଆ ଅଣ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତର କିଛି ଚାଷୀଙ୍କୁ ଶିବିରରେ ତୈଳବୀଜ ଜାତୀୟ ଫସଲ ଚାଷ ସମ୍ପର୍କରେ ତାଲିମ ଦିଆଯାଉଛି । କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଅନୁଷ୍ଠିତ ଏହି ଶିବିରରେ ଘଟଗାଁ କୃଷି ଜିଲ୍ଲା ଅଧିକାରୀ ଅଶୋକ କୁମାର ମହାପାତ୍ର, ପାଟଣା ବ୍ଲକ କୃଷିଅଧିକାରୀ କୃପାସିନ୍ଧୁ ସାହୁ, ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ,ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ,ବଡ଼ପାଟଣା ଗ୍ରାମ୍ୟ କୃଷି କର୍ମଚାରୀ ସୁରେଦିତା ହେମ୍ବ୍ରମ,କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ ଓ ଅଭୟ କୁମାର ରାଉତ, ଏଟିଏମ ଗଙ୍ଗାଧର ମହାନ୍ତ,ଜିଜ୍ଞାସା ପ୍ରିୟଦର୍ଶିନୀ ସାହାଣୀ,ପ୍ରମୁଖ ଯୋଗଦାନ କରିଥିଲେ । କୃଷକ ସାଥି ହର୍ଷ କୁମାର ବାରିକ ପରିଚାଳନା ରେ ସହଯୋଗ କରି ଥିଲେ । ଏହି ତାଲିମ ଶିବିରରେ ତୈଳବୀଜ ଜାତୀୟ ସୋରିଷ, ସୂର୍ଯ୍ୟମୁଖୀ, ଆଦି ବିଭିନ୍ନ ଫସଲ ବିଷୟରେ ତାଲିମ ଦିଆଯାଉଛି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories