www.samajalive.in
Saturday, December 6, 2025
26.1 C
Bhubaneswar

ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ନାହିଁ; ଜିଲାପାଳଙ୍କ ନିକଟରେ ଅଭିଯୋଗ

ନର୍ଲା: ନିକଟରେ ଶେଷ ହୋଇଛି କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଓ ଏଥିରେ ବିଜୟୀ ହୋଇଛନ୍ତି ଦେଓଗାଁ ସମିତିସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ। ତେବେ ରାଜଲକ୍ଷ୍ମୀ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ତାଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ଲକ ପରିସରରେ ଦିଆ ଯାଇନାହିଁ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ବ୍ଲକର ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବୀ ହୋଇଥିବା ବେଳେ ଉପାଧ୍ୟକଙ୍କ ପାଇଁ ପ୍ରକୋଷ୍ଠ ନମିଳିବା ଦୁଃଖ ଓ ପରିତାପର ବିଷୟ । ବ୍ଳକ ଅଧ୍ୟକ୍ଷ ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ପାଇଁ ବାରଣ କରିବା ଏହା ତାଙ୍କର ଅସହିଷ୍ଣୁତା ନା ରାଜନୈତିକ ଚକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛି । ଆଗରୁ ଉପାଧ୍ୟକ୍ଷାଙ୍କ ପାଇଁ ରହିଥିବା ପ୍ରକୋଷ୍ଠକୁ ନବ ନିର୍ବାଚିତ ଅଧ୍ୟକ୍ଷ ରାଜନୈତିକ ଅଭିସନ୍ଧି ରଖି ଜୋର ଜବରଦସ୍ତ ମାଡ଼ି ବସିଛନ୍ତି ବୋଲି ଅଭିଯୋଗ ହୋଇଛି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପ୍ରକୋଷ୍ଠକୁ ବ୍ଲକ ଅଧ୍ୟକ୍ଷ ମାଡ଼ି ବସିଥିବା ବେଳେ ବିଡିଓ ଅନ୍ୟ ଏକ ପ୍ରକୋଷ୍ଠ ଦେବାକୁ ଚାହିଁଲେ ତାକୁ ମଧ୍ୟ ଅଧ୍ୟକ୍ଷ ବାରଣ କରୁଥିବା ଅଭିଯୋଗ ହୋଇଛି । ଯାହା ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ପ୍ରତି ନୈତିକ ଅଧିକାରର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ବୋଲି ରାଜଲକ୍ଷ୍ମୀ ଦାବୀ କରିଛନ୍ତି । ବ୍ଲକ କାହାର ପୈତୃକ ସମ୍ପତ୍ତି ନୁହେଁ, ଏହା ଜନତାଙ୍କର । ନିର୍ବାଚିତ ପ୍ରତିନିଧି ତଥା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟାଳୟ କାମକରେ। ଅନ୍ୟ ବ୍ଲକମାନଙ୍କରେ ଉପାଧ୍ୟକ୍ଷା ପ୍ରକୋଷ୍ଠ ରହିଥିବା ବେଳେ କେସିଙ୍ଗା ବ୍ଲକର ନୀତି ଅଲଗା କି ବୋଲି ପ୍ରଶ୍ନ ଉଠୁଛି । ଆଜି ଏ ସଂପର୍କରେ ରାଜଲକ୍ଷ୍ମୀ ନିଜର ସମର୍ଥକ ୧୫ ଜଣ ସମିତି ସଭ୍ୟଙ୍କୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଅଭିଯୋଗକୁ ଗ୍ରହଣ କରି ଉପାଧ୍ୟକ୍ଷାଙ୍କ ପାଇଁ ବ୍ଲକ ପରିସରରେ ସ୍ବତନ୍ତ୍ର ପ୍ରକୋଷ୍ଠ ଯୋଗାଇ ଦିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories