www.samajalive.in
Friday, December 12, 2025
19.1 C
Bhubaneswar

ପୂର୍ବତଟ ରେଳବାଇ ଶ୍ରମିକ ସଂଘର ବୈଠକ

ସମ୍ବଲପୁର :  ପୂର୍ବତଟ ରେଳବାଇ ଶ୍ରମିକ ସଂଘର କାର୍ଯ୍ୟକାରୀ କମିଟି ଓ ସାଧାରଣ ପରିଷଦ ବୈଠକ ସମ୍ବଲପୁରସ୍ଥିତ ରେଳବାଇ କମ୍ୟୁନିଟି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଆୟୋଜିତ ଏହି ବୈଠକରେ ରେଳ କର୍ମଚାରୀ ମାନଙ୍କର ବିଭିନ୍ନ ଅସୁବିଧା ଏବଂ ଦାବି ଯଥା ନୂତନ ପେନସନ ନିତି, ରାତ୍ରୀକାଳୀନ ଭତ୍ତା ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା କରାଯାଇ ପ୍ରତିବାଦ କରାଯାଇଥିଲା। ଅଖିଳ ଭାରତୀୟ ମେନ୍ସ ଫେଡେରେସନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ରଙ୍କ ନେତୃତ୍ୱ ଓ ସୁନୀଲ କୁମାରଙ୍କ ସଂଯୋଜନାରେ ଏକ ବିଶାଳ ଶୋଭାଯାତ୍ରାରେ ହଜାରରୁ ଅଧିକ ରେଳ କର୍ମଚାରୀ ସଭା ସ୍ଥଳରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ଶ୍ରମିକ ମାରଣ ନିତି ବିରୋଧରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ରେଳ କର୍ମଚାରୀ ମାନଙ୍କ ଦାବି ଗୁଡିକ ଯଦି ସରକାର ଯଥା ଶିଘ୍ର ସମାଧାନ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଆର.ଭି.ଏସ.ଏସ. ରାଓ ଅଧ୍ୟକ୍ଷତା କରିଥିବା ବେଳେ ଶେଷରେ ଅରବିନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories