www.samajalive.in
Saturday, December 6, 2025
26.1 C
Bhubaneswar

ଆଧାରକାର୍ଡ଼ରେ ନାଁ ସ୍ଥାନରେ ‘ମଧୁର ପଞ୍ଚମ ସନ୍ତାନ’: ଶିକ୍ଷକ ଆଶ୍ଚର୍ଯ୍ୟ

ବଦାୟୁଁ: ଉତ୍ତରପ୍ରଦେଶର ବଦାୟୁଁ ଜିଲାରେ ଆଧାରକାର୍ଡ଼ରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାକୁ ଦେଖି କହିହେବ ଯେ, ଆଧାର କାର୍ଡ଼ ତିଆରି କରୁଥିବା ଲୋକେ କେମିତି ଖାମଖିଆଲି ଭାବେ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି। ଆଧାର କାର୍ଡ଼ କରିବାର ଦୁଇ ବର୍ଷ ପରେ ଯେତେବେଳେ ଅଭିଭାବକ ଶିଶୁର ନାମ ଲେଖାଇବା ପାଇଁ ବିଦ୍ୟାଳୟକୁ ଯାଇଥିଲେ, ସେତେବେ​‌ଳେ ପୁରା ଘଟଣା ସାମ୍ନାକୁ ଆସିଥିଲା।

ରାଜ୍ୟର ବଦାୟୁଁ ଜିଲା ସ୍ଥିତ ବିଲ୍‌ସି ତହସିଲର ରାୟପୁର ଗାଁରେ ଜଣେ ବ୍ୟକ୍ତି ନିଜ ଶିଶୁର ନାମ ଲେଖାଇବା ପାଇଁ ପ୍ରାଥମିକ ବିଦ୍ୟାଳୟ ଯାଇଥିବା ବେଳେ ସେଠାକାର ଶିକ୍ଷକ ତାଙ୍କ ନାମ ଲେଖାଇବାକୁ ମନା କରି ଦେଇଥିଲେ। ଏହାର କାରଣ ହେଉଛି ଆଧାର କାର୍ଡ଼ରେ ପିଲାର ନାମ। ଶିଶୁର ଆଧାର କାର୍ଡ଼ରେ ନାଁ ସ୍ଥାନରେ ‘‘ମଧୁର ପଞ୍ଚମ ସନ୍ତାନ’’ ଲେଖା ହୋଇଥିଲା। ଆଧାର କାର୍ଡ଼ରେ ଏଭଳି ନାଁ ଦେଖିବା ପରେ ଶିକ୍ଷକ ଶିଶୁର ପିତାଙ୍କୁ ଏହାକୁ ଠିକ୍‌ କରିବାକୁ କହିଥିଲେ।

- Advertisement -

‘‘ମଧୁର ପଞ୍ଚମ ସନ୍ତାନ’’ ଲେଖା ହୋଇଥିବା ଆଧାର କାର୍ଡ଼ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। ବିଲ୍‌ସି ତହସିଲ ଅନ୍ତର୍ଗତ ରାୟପୁର ନିବାସୀ ଦିନେଶଙ୍କର ୫ଟି ସନ୍ତାନ। ତାଙ୍କର ତିନି ଶିଶୁ ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢନ୍ତି। ଦିନେଶ ତାଙ୍କ ଝିଅ ଆରତୀଙ୍କ ନାମ ଲେଖାଇବା ପାଇଁ ବିଦ୍ୟାଳୟକୁ ଯାଇଥିବା ବେଳେ ସେଠାକାର ଶିକ୍ଷୟିତ୍ରୀ ଏକତା ବର୍ଷ୍ନୀ ନାମଲେଖାର ସମସ୍ତ ଔପଚାରିକତା ପୁରା କରିବା ସମୟରେ ଶିଶୁର ଆଧାରକାର୍ଡ଼ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିକ୍ଷୟିତ୍ରୀ ଜଣକ ଆରତୀଙ୍କ ପିତା ଦିନେଶଙ୍କୁ ଆଧାରକାର୍ଡ଼ ସଂଶୋଧନ କରିବାକୁ କହିବା ସହ ଏଭଳି ତ୍ରୁଟିକୁ ଅଣଦେଖା ନକରି ସମୟ ଥାଉ ଥାଉ ସଂଶୋଧନ କରାଇନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଆଧାରକାର୍ଡ଼ରେ ଏଭଳି ତ୍ରୁଟି ମାମଲା ସାମ୍ନାକୁ ଆସିବା ପରେ ବଦାୟୁଁ ଜିଲାଧିକାରୀ ଦୀପା ରଞ୍ଜନ କହିଛନ୍ତି, ଆଧାରକାର୍ଡ଼ ବ୍ୟାଙ୍କ ଓ ଡାକ ଘରେ ତିଆରି କରାଯାଉଛି। ଏହି ମାମଲା ବିଷୟରେ ମୁଁ ଅବଗତ ନଥିଲି। ଯଦି ଏପରି ହୋଇଛି, ତାହେଲେ ଏହା ସାଂଘାତିକ ତ୍ରୁଟି। ବ୍ୟାଙ୍କ ଓ ଡାକଘର ଅଧିକାରୀମାନଙ୍କୁ ସତର୍କ କରାଯିବ ଓ ଏଭଳି ଅସାବଧାନତା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories