www.samajalive.in
Friday, December 12, 2025
19.1 C
Bhubaneswar

ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଓ ପ୍ରାକ୍ତନ ଛାତ୍ରଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ

ବିରିଡି (ଜଗତସିଂହପୁର) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଅଳକା ଉଚ୍ଚ ବିଦ୍ୟାଳୟରେ ଶନିବାର ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଓ ପ୍ରାକ୍ତନ ଛାତ୍ରଙ୍କ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନର ୫-ଟି ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରଣ ହୋଇଛି । ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ବିଜ୍ଞାନାଗାର, ଇ- ଲାଇବ୍ରେରୀ ଆଦି ଖୋଲାଯିବା ସହ ସୌନ୍ଦର୍ଯ୍ୟକରଣ କରାଯାଇଛି। ବିଦ୍ୟାଳୟ ନୂଆ ରୂପରେ ସୁଜଜ୍ଜିତ ହୋଇ ଏକ ନୂତନ ଅନୁଭୂତି ପ୍ରଦାନ କରୁଛି ।

ଏହି ଅବସରରେ ସ୍କୁଲର ପୁରାତନ ଛାତ୍ରସଂଘ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ବ୍ଲକ୍ ଶିକ୍ଷା ଅଧିକାରୀ ସର୍ବେଶ୍ୱର ବିଶ୍ୱାଳ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଆଲୋକ କୁମାର କର ଯୋଗ ଦେଇ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଏମଏସଏମଇ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ପଂଚାନନ ଦାଶ, ଏହି ସ୍କୁଲରେ ନିଜ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରି ଅଭାବ ଅନାଟନ ମଧ୍ୟରେ କଠିନ ଅଧ୍ୟବସାୟ ବଳରେ ସେ କିପରି ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି, ସେ ବିଷୟରେ ବର୍ଣ୍ଣନା କରିଥିଲେ।  ଅଳକା ପୁରାତନ ଛାତ୍ର ସଂଘର ସଭାପତି ସରୋଜ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମାନସ ରଂଜନ ସାହୁ ଏଭଳି ନିଆରା ଆୟୋଜନ ପାଇଁ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍କୁଲର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଦାସ ସ୍ୱାଗତ ଭାଷଣ ଦେଇ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ପିଲାମାନେ ପାଠ ପଢା ପ୍ରତି ଅଧିକ ଆକୃଷ୍ଟ ହେବେ ବୋଲି ମତ ଦେଇଥିଲେ।

- Advertisement -

ସ୍କୁଲର ପୁରାତନ ଛାତ୍ର ଜ୍ଞାନ ରଂଜନ ଦାଶ ଧନ୍ୟବାଦ ପ୍ରଦାନ କରିବା ଅବସରରେ ନିଜେ ପାଠ ପଢିଥିବା ସ୍କୁଲ ପ୍ରତି ପୁରାତନ ବିଦ୍ୟାର୍ଥୀଙ୍କ ଯୋଗଦାନ ବେଶ ପ୍ରଶଂସନୀୟ ବୋଲି କହିଥିଲେ। ସ୍କୁଲର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏଥିରେ ବହୁ ପୁରାତନ ଛାତ୍ର, ଅଭିଭାବକ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଏମଏସଏମଇ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ପଂଚାନନ ଦାଶ ପ୍ରତି ବର୍ଷ ସ୍କୁଲର ଜଣେ ମେଧାବୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ୧୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ ନେଇ ଘୋଷଣା କରିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories