୨୦୩୦ ସୁଦ୍ଧା ଜାପାନକୁ ଟପିଯିବ ଭାରତ
ଲଣ୍ଡନ . – ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ଜାପାନକୁ ଟପି ଯିବ । ଏହା ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥ ବ୍ୟବସ୍ଥା ଭାବେ ଉଭା ହେବ ବୋଲି ଗ୍ରେଟ ବ୍ରିଟେନର ସଂସ୍ଥା ଏଚ୍ଏସ୍ବିସି ହୋଲଡିଙ୍ଗସ୍ ପ୍ରକାଶ କରିଛି । ୨୦୩୦ ସୁଦ୍ଧା ଭାରତର ଅଭିବୃଦ୍ଧି ୪୨, ୮୩ ,୧,୦୫୦ କୋଟି ଟଙ୍କାରେ ପହଞ୍ଚିବ ।
ଏବେ ଭାରତ ଫ୍ରାନସ୍କୁ ପଛରେ ପକାଇ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି । ଆମେରିକା ଏହି ତାଲିକାର ପ୍ରଥମ ସ୍ଥାନରେ ଅଛି । ଭାରତର ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବେଳେ ଏହାର କାର୍ଯ୍ୟ କରୁଥିବା ଯୁବ ବର୍ଗ ବି ବଢୁଛନ୍ତି । ୨୦୩୦ ସୁଦ୍ଧା ଆମେରିକାର ଅର୍ଥନୀତି ଅଭିବୃଦ୍ଧି ହାର ୨୬ ଟ୍ରିଲିଅନ୍ ଆମେରିକୀୟ ଡଲାରରେ ପହଞ୍ଚିବ, ଚୀନର ୨୫.୩ ଟ୍ରିଲିଅନ୍ରେ ପହ଼ଞ୍ଚିବା ଆକଳନ କରାଯାଉଥିବା ବେଳେ ଭାରତର ୫.୯ ଟ୍ରିଲିଅନ୍ ଆମେରିକୀୟ ଡଲାରରେ ପହଞ୍ଚିବ ।