www.samajalive.in
Monday, December 8, 2025
27.1 C
Bhubaneswar

ଜଷ୍ଟିସ ଗୋଗଇଙ୍କ ନିଯୁକ୍ତି ବିରୋଧରେ ଆଗତ ମାମଲା ଖାରଜ

ନୂଆଦିଲ୍ଲୀ : ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ଭାବେ ନିଯୁକ୍ତି ପ୍ରଦାନକୁ ବିରୋଧ କରି ଆଗତ ଆବେଦନ ଖାରଜ ହୋଇଯାଇଛି। ମଙ୍ଗଳବାର ଆଇନଜୀବୀ ଆର.ପି ଲୁଥ୍ରାଙ୍କ ପକ୍ଷରୁ ଆଗତ ଏହି ଆବେଦନ ଉପରେ ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍‍ ଖାନ୍‍ୱିଲକର ଓ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ପୀଠ ତ୍ୱରିତ ଶୁଣାଣି କରିବା ସହ ମାମଲାର କୌଣସି ଗୁରୁତ୍ୱ ନଥିବା ଦର୍ଶାଇ ଖାରଜ କରିଦେଇଛନ୍ତି। ଜଷ୍ଟିସ ଗୋଗଇଙ୍କୁ ନିଯୁ୍‍ତି ଚୂଡ଼ାନ୍ତ ହୋଇସାରିଥିବାରୁ ଏହା ଉପରେ ଆଉ ହସ୍ତକ୍ଷେପ କରିବାର ଆବଶ୍ୟକତା ନଥିବା ପୀଠ ଦର୍ଶାଇଛନ୍ତି। ଅପରପକ୍ଷରେ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ପୀଠ ତାଙ୍କର ଯୁକ୍ତି ନଶୁଣି ଆବେଦନକୁ ଖାରଜ କରିଦେବା ଅସମିଚୀନ। ଆବେଦନକାରୀ ଦର୍ଶାଇଥିଲେ ଯେ ଜାନୁଆରୀ ୧୨ରେ ଜଷ୍ଟିସ ଗୋଗଇଙ୍କ ସହ ୪ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡକାଇ ବିଚାର ବିଭାଗ ପ୍ରତି ଅନ୍ତର୍ଘାତୀ କାର୍ଯ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଅଧ୍ୟକ୍ଷ ଥିବା ପୀଠ ତାଙ୍କ ଆବେଦନର ଶୁଣାଣି କରିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ତା’ଛଡ଼ା ବିଚାର ବିଭାଗ ପ୍ରତି ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ଅପରାଧରେ ଜଷ୍ଟିସ ଗୋଗଇଙ୍କୁ ପ୍ରଧାନ ବିଚାରପତି ଆସନରେ ଅଧିଷ୍ଠିତ କରାଯିବା ମଧ୍ୟ ଅସମିଚୀନ ବୋଲି ଲୁଥ୍ରା ଦର୍ଶାଇଥିଲେ। ତେବେ ପୀଠ ଏହି ପ୍ରସଙ୍ଗର ଗୁରୁତ୍ୱ ନଥିବା ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୩ରେ ଜଷ୍ଟିସ ଗୋଗଇଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଆସ୍ତା ୩ତାରିଖରେ ସେ ଏହି ପଦ ପାଇଁ ଶପଥ ଗ୍ରହଣ କରିବେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories