www.samajalive.in
Tuesday, December 9, 2025
16.1 C
Bhubaneswar

ଧାମନଗର ମହାବିଦ୍ୟାଳୟରେ ଇତିହାସ ବିଭାଗର ସମ୍ପାନ

ଦୋବଲ: ଧାମନଗର ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ଏକ ସଂପାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧକ୍ଷ ପବିତ୍ର ପାଣିଗ୍ରାହୀ ଉଦଘାଟକ ତଥା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ପ୍ରାଚୀନ ସଭ୍ୟତା ଗୁଡିକର ମାନବ ସଂସ୍କୃତିକୁ ଅବଦାନ ବିଷୟରେ ଏକ ସାରଗର୍ଭକ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିନାୟକ ସାହୁ ସଂପାନରେ ପୌରହିତ କରିଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ଆଶିଷ କୁମାର ସ୍ୱାଇଁ ଆଲୋଚନା ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିଥିଲେ। ଛାତ୍ରୀ ଆଶାଲତା ମହାଳିକ, ପ୍ରିୟଦର୍ଶନୀ ପଣ୍ଡା, ପ୍ରଗତିକା ଉପାଧ୍ୟାୟ, ସ୍ମୃତିରେଖା ସାହୁ ଓ ଗୀତାଞ୍ଜଳି ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ, ଛାତ୍ରଛାତ୍ରୀମାନେ ଏହି ପ୍ରସଙ୍ଗ ଉପରେ ପେପର ଉପସ୍ଥାପନ କରିଥିଲେ ଏବଂ ଅଧ୍ୟାପକ ଡ଼ ମନୋଜ କୁମାର କର, ଆଦ୍ୟାରଶ୍ମି ମିଶ୍ର, ବୈରଗଂଜନ ଦାଶ ଓ କଲ୍ୟାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ରୀ ସ୍ଵାଗତିକା ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories