www.samajalive.in
Tuesday, December 9, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ, ଜୀବନ ଯାତ୍ରା ବ୍ୟାହତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ବେଳେ କେତେକ ଜିଲାରେ ବିଜେପି ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଦିଞ୍ଜାପୁର ଜିଲାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ଯୋଗୁଁ ସାଧାରଣ ପରିବହନ ସେବା ବ୍ୟାହତ ହୋଇଥିଲା ବେଳେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଜନଜୀବନ ପ୍ରଭାବିତ ହୋଇନାହିଁ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‍ସି) ମହାସଚିବ ଏବଂ ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି। ପଶ୍ଚିମ ମେଦିନାପୁର, ପଶ୍ଚିମ ବର୍ଦ୍ଧମାନ, ଦକ୍ଷିଣ ଦିଞ୍ଜାପୁର ଏବଂ ଇତ୍ତର ଦିଞ୍ଜାପୁରର କେତେକ ସ୍ଥାନରେ ବନ୍ଦ ପାଳନ ବେଳେ ବିଜେପି ଏବଂ ଟିଏମ୍‍ସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଞ୍ଚଳମାନଙ୍କରେ ବନ୍ଦ ସମର୍ଥନରେ ବିଜେପି ଓ ବନ୍ଦ ବିରୋଧରେ ଟିଏମ୍‍ସି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା ବେଳେ ଉଭୟ ପକ୍ଷ ସାମ୍ନାସାମ୍ନି ହୋଇଯାଇଥିଲେ। ଫଳରେ ସେଠାରେ ସଂଘର୍ଷ ଘଟିଥିଲା। ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କେତେକ ସ୍ଥାନରେ ଗାଡ଼ିମଟର ଅଟକାଯାଇଥିଲା ଓ ଯାତ୍ରୀବାହୀ ବସ୍‍ ଭଙ୍ଗାରୁଜା କରାଯାଇଥିଲା। ଶ୍ୟାମବଜାର ଏବଂ ସିୟାଲଦାହ ଅଞ୍ଚଳରେ ଉଭୟ ପକ୍ଷ ପରସ୍ପରକୁ ପଥର ମାଡ଼ କରିଛନ୍ତି। ପୁଲିସ୍‍ ବିଭିନ୍ନ ସ୍ଥାନରୁ ବିଜେପି କର୍ମୀଙ୍କୁ ଧରି ଆଣି ଥାନାରେ ଅଟକ ରଖିଛି। ବିଜେପି ନେତା ତଥା ସାଂସଦ ରୁପା ଗାଙ୍ଗୁଲି ଗରିୟାହାଟ ଅଞ୍ଚଳରେ ବନ୍ଦ ସମର୍ଥନରେ ଶୋଭାଯାତ୍ରା ବାହାର କରିଥିଲେ। ବନ୍ଦ ଯୋଗୁଁ ପୂର୍ବତଟ ଏବଂ ଦକ୍ଷିଣ-ପୂର୍ବ ରେଳବାଇ୍‍ ସେବା ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ଟ୍ରେନ୍‍ ଚଳାଚଳ ବିଳମ୍ବିତ ଓ ବାତିଲ ହୋଇଛି। ବନ୍ଦ ସମର୍ଥକମାନେ କୃଷ୍ଣନଗର, ବାରାସାତ ଏବଂ ସିୟାଲଦାହ ରେଳ ଷ୍ଟେସନ୍‍ ନିକଟରେ ରେଳ ଧାରଣା ଉପରେ ବସି ରହିବାରୁ କେତେକ ରେଳ ଚଳାଚଳ ବିଳମ୍ବିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories