www.samajalive.in
Monday, December 8, 2025
17.1 C
Bhubaneswar

ଲସ୍କର-ଏ-ତୋଇବା ନିଶାଣରେ ହରିୟାଣା, ରେଳ ଷ୍ଟେସନ୍‍ ଉଡ଼ାଇଦେବାର ଧମକ

ନୂଆଦିଲ୍ଲୀ : ପ୍ରମୁଖ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ନିଶାଣରେ ହରିୟାଣା ରହିଛି। ଉତ୍ତର ଭାରତରେ ଅରାଜକତା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଲସ୍କର-ଏ-ତୋଇବା ଯୋଜନା କରିଛି। ଏହି କ୍ରମରେ ଲସ୍କରର ଏରିଆ କମାଣ୍ଡର ହରିୟାଣାର ଆମ୍ବଲା କ୍ୟାଣ୍ଟ ରେଳ ଷ୍ଟେସନ୍‍ ଅଧୀକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ଚିଠି ପଠାଇଛି। ଏଥିରେ ରେଳ ଷ୍ଟେସନ୍‍ ସହ ବିମାନ ବନ୍ଦର, ପେଟ୍ରୋଲ ପମ୍ପ ଏବଂ ଧାର୍ମିକ ସ୍ଥଳଗୁଡ଼ିକୁ ବୋମା ଖଞ୍ଜି ଉଡ଼ାଇ ଦେବାର ଧମକ୍‍ ଦିଆଯାଇଛି। ସୂଚନା ଅନୁଯାୟୀ ରେଳ ଷ୍ଟେସନ୍‍ ଅଧୀକ୍ଷକଙ୍କ ଆବାସର ଟେବୁଲ ଉପରେ ଏକ ଚିଠି ରଖାଯାଇଥିଲା। ସେ ଏହି ଚିଠି ପଢିବା ପରେ ଏହା ଲସ୍କର-ଏ-ତୋଇବା ପକ୍ଷରୁ ଆସିଥିବା ଜାଣିବାକୁ ପାଇଥିଲେ। ଏଥିରେ ବହୁ ଧମକ ଦିଆଯାଇଥିଲା। ଏନେଇ ସେ ପୁଲିସ୍‍କୁ ଅବଗତ କରାଇବା ପରେ ହରିୟାଣାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସତର୍କ ସୂଚନା ଜାରି କରାଯାଇଛି। ଚିଠି ପଠାଇଥିବା ଲୋକ ନିଜକୁ ଲସ୍କର-ଏ-ତୋଇବାର ଏରିଆ କମାଣ୍ଡର ମୌଲାନା ଅବୁ ବୁଖାରୀ ବୋଲି ଦର୍ଶାଇଛି। ଚିଠିରେ ଅମ୍ବାଲା କ୍ୟାଣ୍ଟ ରେଳ ଷ୍ଟେସନ୍‍ ସହ ଜଗାଧରୀ, କୁରୁକ୍ଷେତ୍ର, ସିର୍ସା, ହିସାର, ପାନିପଥ ଏବଂ ରିୱାଡ଼ି ସମେତ ଉତ୍ତର ଭାରତର କେତେକ ସହରରେ ଅସ୍ଥିରତା ସୃଷ୍ଟି କରାଯିବ ବୋଲି କୁହାଯାଇଛି। ଏହି ଚିଠିଟି ଜାଲ କି ନୁହେଁ ତାହା ଯାଞ୍ଚ କରାଯାଉଛି। କିନ୍ତୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏନେଇ ଅମ୍ବାଲା ଜିଆରପି ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories