Patra electronics

ଶହୀଦଙ୍କୁ ସମ୍ବଲପୁର ବିଚାର ମଞ୍ଚର ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଦେଶକୁ ବ୍ରିଟିଶ ଶାସନ କବଳରୁ ମାତୃଭୂମିକୁ ମୁକ୍ତି ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ରାଜଗୁରୁ ଓ ଶୁଖଦେବଙ୍କୁ ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବୁଧବାର ଶହୀଦ ଦିବସ ଅବସରରେ ସ୍ଥାନୀୟ ଗୋଲବଜାର ସ୍ଥିତ ଶହୀଦ ମାନଙ୍କର ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇ ଅମର ଶହୀଦ ମାନଙ୍କର ସ୍ମୃତିଚାରଣ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ମଞ୍ଚର ଆବାହକ ବେଣୁଧର ଦାଶ ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅମୂଲ୍ୟ ମିଶ୍ର, ଦୁର୍ଗା ମାଧବ ମିଶ୍ର, ଗିରିଶ ପଟେଲ, ବିରେନ୍ଦ୍ର ରାଏ, ଶ୍ରୀକାନ୍ତ ପାଣିଗ୍ରାହୀ, ଅନ୍ନପୂର୍ଣ୍ଣା ବାରିକ, ରୁନୁ ପ୍ରଧାନ, ମମତା ପଣ୍ଡା, ରିଙ୍କି ସାହୁ, ଲକ୍ଷ୍ମୀ ଜେନା, ସୁବାଷ ମିଶ୍ର, ପ୍ରଦୀପ ସୁପକାର, ଅରୁଣ କୁମାର ଦାସ, ସୁବାଷ ମହାପାତ୍ର, ସୁବାସ ନନ୍ଦ, ସୌରଭ ମହାପାତ୍ର, ମାନଓ ବକ୍ସୀ, ଦେବରାଜ ପଟେଲ, ବଳରାମ ଛୁରିଆ, ଟୁକୁ ମହାନ୍ତି, ଦିବ୍ୟ ରଞ୍ଜନ ମିଶ୍ର, ରାଜା ବରାଡ, ଅଶୋକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.