www.samajalive.in
Wednesday, December 10, 2025
16.1 C
Bhubaneswar

କରଜ ଏବଂ ଘରୋଇ କଳି ଯୋଗୁଁ ପେଟ୍ରୋଲ ଢାଳି ହୋଇ ହତ୍ୟା ଏବଂ ଆତ୍ମହତ୍ୟା ଉଦ୍ୟମ ଘଟଣା – ୫ ଆହତଙ୍କ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ

 

କଲ୍ୟାଣସିଂହପୁର- ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଗାଁରେ ଗତକାଲି ଅପରାହ୍ନରେ ନିଆଁରେ ପୋଡି ହୋଇ ୫ଜଣ ଗୁତୁରତ ହୋଇଥିଲେ । ଦୟାନିଧି ବେହେରା (୫୫),ସ୍ତ୍ରୀ ଲକ୍ଷ୍ମୀ ବେହେରା (୫୦),ମଝିଆ ପୁଅ ଅନିଲ ବେହେରା (୨୫),ବହୁ ସ୍ବପ୍ନା ବେହେରା (୨୧),ସାନପୁଅ ଶ୍ରୀକାନ୍ତ ବେହେରା (୨୪) ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ପ୍ରାଥମିକ ସୂଚନା ମିଳିଥିଲା । ଡାକ୍ତରଖାନା ନେବା ସମୟରେ ଲକ୍ଷ୍ମୀ ବେହେରାଙ୍କ ମୃତ ହୋଇଥିବାବେଳେ ଡାକ୍ତରଖାନାରେ ଦୟାନିଧୀ ବେହେରା ଙ୍କ ମୃତ ହୋଇଥିଲା । ଦୟାନିଧିଙ୍କ ମଝିଆ ପୁଅ ଅନିଲ ବେହେରା (୨୫),ବୋହୁ ସପ୍ନା ବେହେରା (୨୧),ସାନପୁଅ ଶ୍ରୀକାନ୍ତ ବେହେରା ଙ୍କୁ ବ୍ରହ୍ମପୁର ମେଡିକାଲରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅନୀଲ ବେହେରାଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ଗୁରୁତରମାନଙ୍କ ମଧ୍ୟରୁ ୩ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କର ଚିକିତ୍ସା ଚାଲିଛି । ଶୁକ୍ରବାରରେ ଥାନା ଅଧିକାରୀ ସୁକୁମା ହଂସୁଦା, ସ୍ଥାନୀୟ ତହସିଲଦାର ଦେବାଶିଷ କର ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

- Advertisement -

ଖବର ନେବାରୁ ଜଣା ପଡ଼ିଛି ସିକରପାଇ ଗାଁରେ ବହୁଦିନ ଧରି ଦୟାନିଧୀ ବେହେରା ଙ୍କ ପରିବାରରେ ସ୍ତ୍ରୀ ସହ ତିନିପୁଅ ଓ ବହୁ ମୋଟ ୬ଜଣ ରହିଆସୁଥିଲେ ।ଏହି ପରିବାର ଏକ ବେକରି କରି ଚଳି ଆସୁଥିଲେ । ଦୟାନିଧୀ ଗାଁରେ ବହୁତ ଧାର କରଜ କରିଥିଲେ । ଏହାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା ଯାହାକୁ ନେଇ ପରିବାରରେ କଳି ଝଗଡା ଲାଗି ରହିଥିଲା । ଗତ କାଲି ବଡପୁଅ ସୁନିଲ ବେହେରା ବାହାରକୁ ଯାଇଥିବାବେଳେ ଦୟାନିଧୀ ଓ ପୁଅ ଅନିଲ ବେହେରା ମଧ୍ୟରେ ଝଗଡା ହେବାରୁ ଦୟାନିଧି ରାଗରେ ପେଟ୍ରୋଲ ଆଣି ଘରର ସମସ୍ତ କବାଟ ଦେଇ ପରିବାର ସମସ୍ତଙ୍କ ଉପରେ ପେଟ୍ରାଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲେ । ଘରେ ଚିତ୍କାର ଶୁଣି ଗାଁ ଲୋକେ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ରୋଗୀ ବୁହା ଗାଡିରେ ରାୟଗଡା ଜିଲା ଚିକିତ୍ସାଲୟ କୁ ପଠାଇଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରୁ ଜଣାପଡିଛି ଯେ ଘରୋଇ କଳି ଓ ଅଧିକ ଧାର କରଜ ଯୋଗୁଁଏଭଳି ପଦକ୍ଷେପ ନେଇ ପେଟ୍ରଲ ଢାଳି ହତ୍ୟା ଏବଂ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories