ଆଠଗଡ : ଆଠଗଡ ଓ ନରସିଂହପୁର ଅବକାରୀ ଏବଂ କଟକ ୨ନଂ ଭ୍ରାମ୍ୟମାଣ ସ୍କାର୍ଡ ଗୁରୁବାର ମିଳିତ ଭାବେ ତିଗିରିଆ ଥାନାର ଭିରୁଡା ଏବଂ ଆଠଗଡ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢଉ କରିଥିଲେ । ଏହି ଚଢଉ ସମୟରେ ଉଭୟ ସ୍ଥାନରୁ ୭୩୫ଲିଟର ସଦ୍ୟ ପ୍ରସ୍ତୁତ ଦେଶୀମଦ ଏବଂ ଶତାଧିକ ପ୍ଲାଷ୍ଟିକ ଜାରକିନରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ୮୧୫୫ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏହି ମଦ କାରବାରରେ ସଂପୃକ୍ତ ତାଳବସ୍ତର ପ୍ରଭାକର ପାଳଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଂଜୀତ ବାର୍ଲା, ନରିସଂହପୁର ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।
Popular Categories



