www.samajalive.in
Sunday, December 7, 2025
26.1 C
Bhubaneswar

ପରିଷଦ ଦଖଲ ପାଇଁ ସବୁ ଦଳର ଜୋରଦାର ପ୍ରୟାସ 

ଆଠଗଡ : ପୌର ନିର୍ବାଚନ ପରିପ୍ରେକ୍ଷୀରେ ସମ୍ମାନଜନକ ଆଠଗଡ ବିଜ୍ଞପିତ ଅଞ୍ଚଳ ପରିଷଦ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଜୋରଦାର ପ୍ରୟାସ ଚଳାଇଛନ୍ତି । ରୌଦ୍ରତାପକୁ ଖାତିର ନକରି ଦଳୀୟ ସମର୍ଥକଙ୍କୁ ଧରି ପ୍ରମୁଖ ରାଜନୈତିକ ଦଳର ନଗରପାଳ ପ୍ରାର୍ଥୀନୀ ଏବଂ ୧୮ଟି ଯାକ ୱାର୍ଡର ପାରିଷଦ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ କୌଣସି ମଉକା ଛାଡୁନଥିବା ଦେଖାଯାଉଛି। ଆଠଗଡ ଏନଏସିର ୧୮ଟି ୱାର୍ଡ ଥିବାବେଳେ ଆମାଗୀ ୨୪ତାରିଖରେ ଏନଏସି ଅଞ୍ଚଳର ମୋଟ ୧୩୯୩୭ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ବିଗତ ୧୯୯୦ ମସିହାରୁ ଅଦ୍ୟାବଧି ୩୨ବର୍ଷ ମଧ୍ୟରେ କେବଳ ୧୯୯୭ରେ ଥରଟିଏ ଆଠଗଡ ଏନଏସିରେ କଂଗ୍ରେସ ପରିଷଦ ଗଠନ କରିଥିବାବେଳେ ବାକି ୪ଥର ଜନତା ଦଳ ଓ ପରେ ବିଜୁ ଜନତା ଦଳ ଏନଏସିରେ ପରିଷଦ ଗଠନ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳ ଆଠଗଡ ବ୍ଲକରେ ଅଭୁତପୂର୍ବ ସଫଳତା ହାସଲ କରିଥିବାରୁ ଦଳୀୟ ନେତା ଓ କର୍ମୀ ଅତ୍ୟନ୍ତ ଉତ୍ସାହିତ ଥିବା ଏବଂ ଆଠଗଡ ଏନଏସିର ଅଧ୍ୟକ୍ଷ ପଦ ସହିତ ପରିଷଦ ଗଠନ କରିବା ନିଶ୍ଚିତ ବୋଲି ଦଳୀୟ ଛାମୁଁଆ ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏନଏସିର ଅଧ୍ୟକ୍ଷ ପଦବୀ ଓ ପରିଷଦ ଗଠନ ପାଇଁ ଆଶାବାନ୍ଧି ଜୋରଦାର ପ୍ରଚାର ଚଳାଇଛନ୍ତି।

ଶାସକ ବିଜୁ ଜନତା ଦଳ ପାଇଁ ଗୁରୁବାରଠାରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁଅ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ (ଆକାଶ) ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଦଳର ନଗରପାଳ ପ୍ରାର୍ଥୀନୀ ସସ୍ମିତା ରାଉତଙ୍କ ସହ କନ୍ତୋଲ ଅଞ୍ଚଳରେ ଆଦିତ୍ୟ ପ୍ରଚାର କରିଥିଲେ। ନଗରପାଳ ପ୍ରାର୍ଥୀଙ୍କ ସହ ଦଳୀୟ ପାରିଷଦ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଆଦିତ୍ୟ ୧୬ନଂ ୱାର୍ଡ ସମେତ ଅନ୍ୟ କେତେକ ୱାର୍ଡରେ ଗୁରୁବାର ପ୍ରଚାର କରିଥିଲେ। ସେମାନଙ୍କ ସହ ଦଳର ନଗର ସଭାପତି ଶିଶିର ପ୍ରସାଦ ମାନସିଂହ, ମହିଳା ବିଜେଡି ନଗର ସଭାପତି ରଞ୍ଜିତା ଭକ୍ତା, ପୂର୍ବତନ ନଗରପାଳ ରମେଶ ଘଢାଇ, ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକଙ୍କ ସମେତ ବହୁ ଛାମୁଁଆ ନେତା ପ୍ରଚାର କାର୍ଯ୍ୟ ଚଳାଇଛନ୍ତି।

- Advertisement -

ବିରୋଧି କଂଗ୍ରେସ ଦଳର ନଗରପାଳ ପ୍ରାର୍ଥୀନୀ ଅରୁପମା ଭକ୍ତା ବିଭିନ୍ନ ୱାର୍ଡରେ ଦଳୀୟ ପାରିଷଦ ପ୍ରାର୍ଥୀ ଏବଂ ଦଳର ଛାମୁଆ ନେତାଙ୍କ ସହ ଜୋରଦାର ପ୍ରଚାର ଚଳାଇଛନ୍ତି। ଗୁରୁବାର ୩ନଂ, ୯ନଂ ଓ ୧୬ନଂ ୱାର୍ଡରେ ପାରିଷଦ ପ୍ରାର୍ଥୀ ଓ ଦଳୀୟ ଛାମୁଆ ନେତାଙ୍କ ସହ ପ୍ରାର୍ଥୀନୀ ଅରୁପମା ଘରକୁ ଘର ବୁଲି ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ଯୁବକଂଗ୍ରେସ ନେତା ତଥା ୩ନଂର ପାରିଷଦ ପ୍ରାର୍ଥୀ ମନୋରଞ୍ଜ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।
ସେହିପରି ଭାରତୀୟ ଜନତା ପାର୍ଟିର ନଗରପାଳ ପ୍ରାର୍ଥୀନୀ ଇଲା ପଣ୍ଡା ବୁଧବାର କନ୍ତୋଲ ଅଞ୍ଚଳର ୧୦ନଂ ଓ ୧୧ନଂ ୱାର୍ଡ, ଗୁରୁବାର ଆଠଗଡର ୪ନଂ ୱାର୍ଡରେ ପ୍ରଚାର ଚଳାଇଛନ୍ତି। ଇତି ମଧ୍ୟରେ ସୁଶ୍ରୀ ପଣ୍ଡା ଏନଏସିର ଅର୍ଦ୍ଧାଧିକ ୱାର୍ଡରେ ଘରକୁ ଘର ବୁଲି ନିଜ ପାଇଁ ତଥା ଦଳର ପାରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାର କରିସାରିଛନ୍ତି । ସୁଶ୍ରୀ ପଣ୍ଡାଙ୍କ ସହିତ ବରିଷ୍ଠ ବିଜେପି ନେତା ରାମନାରାୟଣ ମହାନ୍ତି ଜଗଦାନନ୍ଦ ତ୍ରିପାଠୀ, ମହିଳା ନେତ୍ରୀ ସ୍ୱାଗତା ପଟ୍ଟନାୟକ, ହେମମଞ୍ଜରୀ ଭଞ୍ଜଦେଓ, ପାରିଷଦ ପ୍ରାର୍ଥୀ ରଶ୍ମିତା ନାଏକ, ସଫଳା ନାଏକ ଓ ଅନ୍ୟ ଛାମୁଁଆ ନେତାମାନେ ପ୍ରଚାର ଚଳାଇଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories