www.samajalive.in
Thursday, December 11, 2025
16.1 C
Bhubaneswar

ଅବକାରୀ ଚଢ଼ାଉ ; ଚୋରା ମଦ ସହ ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବିଭାଗ ମିଳିତ ଭାବେ ତୁରୁମୁଙ୍ଗା ଥାନା ଅଞ୍ଚଳର ହିରାପଶି ଓ କେନ୍ଦେଇପଶି ଗ୍ରାମର ଚୋରା ମଦଭାଟି ଉପରେ ଚଢ଼ାଉ କରି ମୋଟ ୯ ହଜାର କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ୧୧୦ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି । ଏହା ସହ ମଦଭାଟି ଭାଙ୍ଗି ମଦରନ୍ଧା ସରଞ୍ଜାମ ଅବକାରୀ ବିଭାଗ ଜବତ କରିଛି। ଏହି ଘଟଣାରେ ୩ ଟି ମାମଲା ରୁଜୁ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ  ହେଲେ ହିରାପଶି ଗ୍ରାମର ସନାତନ ମାଝି ଓ ଜଣେ ମହିଳା ବୋଲି ଜଣାପଡିଛି । ଏହି ଚଢ଼ାଉରେ କେନ୍ଦୁଝର ଅବକାରୀ ବିଭାଗ, ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବିଭାଗ ସାମିଲ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories