www.samajalive.in
Wednesday, December 10, 2025
18.1 C
Bhubaneswar

ଲୋକପ୍ରତିନିଧି ଏସ୍‍ଓପି ମାନନ୍ତୁ: ଡିଜି

ଭୁବନେଶ୍ୱର : ଏଣିକି ଲୋକପ୍ରତିନିଧି ମାନିବେ ଏସଓପି ବା ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର’। ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ଗତକାଲି ଦୁଇ ଟିଡିପି ନେତାଙ୍କୁ ମାଓବାଦୀ ହତ୍ୟା କରିବା ପରେ ଓଡ଼ିଶାର ବିଧାୟକ ଏବଂ ଏମପି ଏସଓପି ମାନିବା ପାଇଁ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର କୁମାର ଶର୍ମା ପରାମର୍ଶ ଦେଇଛନ୍ତି।
ଓଡ଼ିଶା-ଆନ୍ଧ୍ର ସୀମା ଡୁମ୍ବ୍ରିଗୁଡ଼ା ଥାନା ନିକଟରେ ରବିବାର ତେଲୁଗୁଦେଶମ ପାର୍ଟି(ଟିଡିପି)ର ଦୁଇ ନେତାଙ୍କୁ ମାଓବାଦୀମାନେ ସଂଘବଦ୍ଧ ଭାବେ ହତ୍ୟା କରିବା ପରେ ଏବେ ଏହାକୁ ନେଇ ଓଡ଼ିଶା ପୁଲିସର ଚିନ୍ତା ବଢ଼ିଯାଇଛି। ରାଜ୍ୟରେ ଯେପରି ଏଭଳି ଅଘଟଣ ନ ଘଟିବ ସେଥିପାଇଁ ରାଜ୍ୟ ପୁଲିସ ପକ୍ଷରୁ ସୀମାନ୍ତ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାଓବାଦୀଙ୍କ ଗତିବିଦ୍ଧି ଉପରେ ନଜର ରଖିବା ସହିତ ରାଜ୍ୟର ରାଜନେତାମାନେ ଯେପିରି ଏସ୍‍ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର)କୁ ପାଳନ କରିବେ ସେଥିପାଇଁ ପ୍ରତ୍ୟେକ ଜିଲା ଏସ୍‍ପିଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ପୁଲିସ ମୁଖ୍ୟାଳୟରୁ ଏନେଇ ଏକ ନିର୍ଦେଶନାମା ଜାରି କରାଯାଇଛି ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି। ମାଓପ୍ରଭାବିତ ଜିଲାଗୁଡ଼ିକରେ ବିଧାୟକ, ରାଜନେତା ଏବଂ ସରକାରୀ ଅଧିକାରୀମାନେ ଏହି ଏସ୍‍ଓପିକୁ ପାଳନ କରିବା ଉଚିତ୍‍ ବୋଲି ପୁଲିସ ମହାନିର୍ଦେଶକ ମତ ଦେଇଛନ୍ତି। ବିଶେଷକରି ରାଜ୍ୟର ମାଓ ଅଧ୍ୟୁଷିିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହି ଅଞ୍ଚଳରେ ରାଜନେତା ଓ ସରକାରୀ ଅଧିକାରୀଙ୍କ ଯେପରି କୌଣସି କ୍ଷତି ନହେବ ତା ଉପରେ ନଜର ରଖିବା ଲାଗି ମଧ୍ୟ ସମ୍ପୃକ୍ତ ଜିଲା ପୁଲିସ ଅଧିକାରୀଙ୍କୁ କୁହାଯାଇଛି। ଓଡ଼ିଶାରେ ମାଓବାଦୀଙ୍କ କାର୍ଯ୍ୟକଳାପ କିଛି ବର୍ଷ ମଧ୍ୟରେ ୨୨ ଜିଲାରୁ ହ୍ରାସ ପାଇ ଏବେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲାକୁ ମିଶାଇ ୬ରୁ ୭ଟି ଜିଲାରେ ସୀମିତ ରହିଛି। ତେବେ ରାଜ୍ୟରେ ଏକାଧିକ ଘଟଣାରେ ମାଓବାଦୀମାନେ ଆଇଏଏସ୍‍, ବିଦେଶୀ ନାଗରିକ ଏବଂ ପୁଲିସ ଅଧିକାରୀ ଆଦିଙ୍କୁ ଅପହରଣ କରି ନେବା ଏବଂ ଲ୍ୟାଣ୍ଡ୍‍ମାଇନ୍‍ ବିସ୍ଫୋରଣ କରି ଅନେକ ପୁଲିସ ଓ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ନଜିର ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ୨୦୧୧ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଓ ପ୍ରଭାବିତ ଜିଲାଗୁଡ଼ିକ ପାଇଁ କେତେଗୁଡ଼ିଏ ଏସ୍‍ଓପି ପ୍ରସ୍ତୁତ କରାଯାଇଥିଲା। ରାଜନେତାମାନେ ବିନା ସୁରକ୍ଷା ବ୍ୟବସ୍ଥାରେ ଏକୁଟିଆ ଗସ୍ତ କରିବା ଉପରେ କଟକଣା କରାଯାଇଥିଲା। ସେହିପରି ରାତିରେ ମଧ୍ୟ ଏକାକୀ ନ ଯିବାକୁ କୁହାଯାଇଥିଲା। ଯଦି ରାଜନେତା ତଥା ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବେ ତେବେ ସେଥିପାଇଁ ପୂର୍ବରୁ ପୁଲିସ ସୂଚନା ଦେଇ ଯିବା କଥା। ସେଥିପାଇଁ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିଲା। ସେହିପରି ଏସ୍‍ଓପିରେ ସମୟ ସଂକ୍ରାନ୍ତରେ ଉଲ୍ଲେଖ ରହିଥିବାବେଳେ ମାଓ ପ୍ରଭାବିତ ଅଞ୍ଚଳରେ ସମୟକୁ ନେଇ ରାଜନେତାଙ୍କ ପାଇଁ କଟକଣା ରହିଥିଲା। ବାରମ୍ବାର ସମାନ ଗାଡ଼ିରେ ଗସ୍ତ କରିବେ ନାହିଁ ବୋଲି କୁହାଯାଇଥିଲା। ସେହିପରି ରାସ୍ତା ବଦଳାଇ ଯେଉଁ ରାସ୍ତାରେ ଯାଇଥିବେ ଅନ୍ୟ ରାସ୍ତାରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପରାମର୍ଶ ଦିଆଯାଇଥିଲା। ଗସ୍ତସୂଚୀ ସମ୍ପର୍କରେ କାହାରିକୁ ସୂଚନା ଦେବେନାହିଁ। ବିଧାୟକ ବା ମନ୍ତ୍ରୀମାନେ ଏଭଳି କେତେକ ମୌଳିକ ନିୟମକୁ ମାନିବା ଆବଶ୍ୟକ ବୋଲି ଏସଓପିରେ ଦର୍ଶାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ମନ୍ତ୍ରୀ, ବିଧାୟକ ଓ ରାଜନେତାମାନେ କେମିତି ଏସ୍‍ଓପି ପାଳନ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି। ଆନ୍ଧ୍ରପ୍ରଦେଶର ଏହି ଘଟଣା ପରେ ଏହାକୁ ନେଇ ଏବେଠାରୁ ରାଜ୍ୟ ପୁଲିସର ଚିନ୍ତା ବଢ଼ି ଯାଇଛି।
ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଏସ୍‍ଏଫ ପକ୍ଷରୁ ମଧ୍ୟ କମ୍ବିଂ ଜୋର୍‍ଦାର କରାଯାଉଛି। ବିଏସ୍‍ଏଫ୍‍ ତାହାର କମ୍ବିଂ ଅପରେସନ୍‍କୁ ଅଧିକ ସମ୍ବେଦନଶୀଳ ଅଞ୍ଚଳରେ କ୍ରିୟାଶୀଳ କରିବା ଲାଗି ଫୋର୍ସ ସଂଖ୍ୟା ଦ୍ୱିଗୁଣିତ କରିଥିବା ନେଇ ସୂଚନା ଦେଇଛନ୍ତି ବିଏସ୍‍ଏଫ୍‍ ଡିଆଇଜି ସୁକୁମାର ଷଡଙ୍ଗୀ। ଆନ୍ଧ୍ରପ୍ରଦେଶର ସୀମାକୁ ଲାଗି ରହିଥିବା ମାଓ ଉପଦ୍ରୁତ ଅଞ୍ଚଳଗୁଡିକରେ ସେମାନଙ୍କର ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ଏସ୍‍ଓପି ଅନୁସାରେ କାର୍ଯ୍ୟକରୁ ଥିବା ସେ ସୂଚନା ଦେଇଛନ୍ତି। ମାଓ ଅଞ୍ଚଳକୁ ଯିବା ପୂର୍ବରୁ ଯଥେଷ୍ଟ ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଛି। ଅନେକ ସମୟରେ ଲ୍ୟାଣ୍ଡ ମାଇନ୍‍ର ଭୟ ଥିବାରୁ ଏହାକୁ ନଜରରେ ରଖାଯାଇ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories