କେନ୍ଦୁଝରଗଡ଼/କେନ୍ଦୁଝର : ଗିରଫ ଅଭିଯୁକ୍ତ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ଓରଫ ଟୁଟୁ ସୋମବାର ପୂର୍ବାହ୍ନରେ ସ୍ୱତନ୍ତ୍ର ଅଦାଲତ କେନ୍ଦୁଝରରେ ଉପସ୍ଥିତ ରହି ପ୍ରିଜନ ପିଟିସନ ବିଚାର ପାଇଁ ଆବେଦନ କରିଥିଲେ। ତେବେ ଗିରଫ ଅଭିଯୁକ୍ତଙ୍କ ଦ୍ୱାରା ଆଗତ ପିଟିସନ ବୈଧ ମୁତାବକ ଆବେଦନ ହୋଇନଥିବାରୁ ଅପରାହ୍ନରେ ସ୍ପେଶାଲ ପି.ପି.ଙ୍କ ଜରିଆରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅପରାହ୍ନ ସୁଦ୍ଧା ଅଭିଯୁକ୍ତଙ୍କ ଦ୍ୱାରା ବୈଧ ମୁତାବକ ପ୍ରିଜନ ପିଟିସନ ଦାଖଲ ହୋଇନପାରିବାରୁ ୨୭କୁ ପରବର୍ତ୍ତୀ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି। ମାମଲାରେ ଆହତ ହୋଇଥିବା ଲୋକଙ୍କୁ ସେହିଦିନ ହାଜର ପାଇଁ ଆଦେଶ ଦିଆଯାଇଛି। ସେହିଭଳି ମନ୍ତ୍ରୀଙ୍କ ପୁଅ ଆକ୍ରମଣ ମାମଲାରେ ଗୁରୁତର ଆହତ ହୋଇ ଭବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ନେଇ ଅଭିଯୋଗକାରୀ ସତ୍ୟବ୍ରତ ଜେନାଙ୍କ ବଡବାପା ସୋମବାର କୋର୍ଟରେ ତଥ୍ୟ ଦାଖଲ କରିଥିଲେ ହେଁ ନିଜକୁ ଅଭିଯୋଗକାରୀଙ୍କ ସମ୍ପର୍କୀୟ ବୋଲି ସଠିକ୍ ପରିଚୟ ଦେଇନପାରିବାରୁ ସେ ଆଦେନକୁ ମଧ୍ୟ ଜଜ୍ ଖାରଜ କରି ଦେଇଥିବା ଜଣାପଡିଛି।
Popular Categories



