www.samajalive.in
Wednesday, December 10, 2025
26.1 C
Bhubaneswar

୫ ବର୍ଷରେ ୨ ଲକ୍ଷ ହେକ୍ଟରରେ ଚାଷ ଲକ୍ଷ୍ୟ

ଭୁବନେଶ୍ୱର : ଓଡ଼ିଶା ଜୈବ କୃଷି ନୀତିକୁ ଗତ ସେପ୍‍ଟେମ୍ବର ୭ରେ କ୍ୟାବିନେଟ ଅନୁମୋଦନ ମିଳିଥିଲା। ୨୦ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲେ ବି ଆଜି ଏହା ସାଧାରଣରେ ପ୍ରକାଶ ପାଇଛି। ଜଳବାୟୁକୁ ଦେଖି କିଭଳି ପ୍ରାକୃତିକ ବିପତ୍ତି ସମୟରେ କମ୍୍‌ କ୍ଷତିରେ ଉତ୍ପାଦନ ବୃଦ୍ଧି କରାଇ ଚାଷୀଙ୍କ ଆୟ ବଢ଼ାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ଚାଷ ଜମିର ଉର୍ବରତା ବୃଦ୍ଧି, ଚାଷ ବାବଦ ଖର୍ଚ୍ଚ ହ୍ରାସ ଏବଂ ଜୈବ କୃଷିଜାତ ସାମଗ୍ରୀର ବଜାର ବ୍ୟବସ୍ଥା ଯୋଗାଇବାକୁ ଏଥିରେ ଯୋଜନା ହୋଇଛି। ଚାଷ ସଂକ୍ରାନ୍ତ ଜ୍ଞାନ ବିସ୍ତାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଗୁଣାତ୍ମକ ଦେଶୀ ବିହନର ଯୋଗାଣ, ପଶୁ ଓ ମତ୍ସ୍ୟସମ୍ପଦ ସହିତ ଶସ୍ୟ ବ୍ୟବସ୍ଥାରେ ଜୈବ ବିବିଧତାର ରକ୍ଷଣାବେକ୍ଷଣ, କୃଷି ଯାନ୍ତ୍ରିକୀକରଣ, ଜୈବିକ ସାମଗ୍ରୀର ଅମଳ ପରବର୍ତ୍ତୀ ପରିଚାଳନା, ବଜାର ବିକାଶ ଓ ନିୟନ୍ତ୍ରିତ ବ୍ୟବସ୍ଥା ସହିତ ଜୈବିକ ସାମଗ୍ରୀର ରପ୍ତାନି ବୃଦ୍ଧି କରିବା ପାଇଁ ନୂତନ ନୀତିରେ ଲକ୍ଷ୍ୟ ରହିଛି।
ରାଜ୍ୟରେ ଜୈବିକ କୃଷିର ବିକାଶ ପାଇଁ ଆନୁଷ୍ଠାନିକ ଭାବେ ଓଡ଼ିଶା ଜୈବ ମିଶନ ପ୍ରତିଷ୍ଠା କରାଯିବ। ଜୈବିକ କୃଷି ଅଧୀନରେ ବିଭିନ୍ନ ପ୍ରକାର ନୀତି ଓ କାର୍ଯ୍ୟକ୍ରମ ପରିଚାଳନା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି, ପରିଚାଳନା ପଦ୍ଧତି ନିର୍ଦ୍ଧାରଣ କରିବା ଦିଗରେ ମିଶନ କାର୍ଯ୍ୟ କରିବ। ଏଥିପାଇଁ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି, ପ୍ରଚଳନ ଓ ତଦାରଖ କମିଟି ଆଦି ଗଠନ ସହ ଜୈବିକ କୃଷି ପ୍ରଚଳନ ପାଇଁ ନୋଡ଼ାଲ ସଂସ୍ଥା ଚିହ୍ନଟ କରାଯିବ। ଆଗାମୀ ୫ବର୍ଷରେ ୨ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି।
ଜୈବିକ କୃଷିକୁ ପ୍ରୋତ୍ସାହନ ଦେବାକୁ ୫୦ ଏକର ବିଶିଷ୍ଟ ଏକକ ପରିମିତ ଅଞ୍ଚଳର ଜମି ପାଇଁ ୧୦ଲକ୍ଷ ଟଙ୍କା ସହାୟତା ଦିଆଯିବା ପ୍ରସ୍ତାବ ରହିଛି। ପିକେଭିୱାଇ, ଆରକେଭିୱାଇ, ମନରେଗା ଓ ରାଜ୍ୟ ଯୋଜନା ବାବଦ ବଜେଟରୁ ଏଥିପାଇଁ ପାଣ୍ଠି ଯୋଗାଇ ଦିଆଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories