www.samajalive.in
Wednesday, December 10, 2025
16.1 C
Bhubaneswar

ରାଫେଲ ବିବାଦ : ସିଭିସିଙ୍କୁ ଭେଟି ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ରାଫେଲ ବୁଝାମଣା ପ୍ରସଙ୍ଗରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‍ସୁଆ ଓଲାନ୍ଦେଙ୍କ ମନ୍ତବ୍ୟକୁ ଆଧାର କରି କଂଗ୍ରେସ ଏବେ ସରକାରଙ୍କୁ ଘେରିଛି। ଏହି କ୍ରମରେ ରାଫେଲ ବୁଝାମଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୋମବାର କଂଗ୍ରେସର ଏକ ପ୍ରତିନିଧି ଦଳ କେନ୍ଦ୍ରୀୟ ଭିଜିଲନ୍ସ କମିଶନର (ସିଭସି)ଙ୍କୁ ଭେଟିଛନ୍ତି। ଏହି ଦୁର୍ନୀତିକୁ ନେଇ ଏକ ମାମଲା ରୁଜୁ କରିବା ଲାଗି ପ୍ରତିନିଧି ଦଳ ଦାବି କରିଛି । ଏହା ପୂର୍ବରୁ କଂଗ୍ରେସର ପ୍ରତିନିଧି ଦଳ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କୁ ଭେଟି ରାଫେଲ ବୁଝାମଣା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ। ସେହିପରି ଏହି ଦୁର୍ନୀତି ଉପରେ ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଲାଗି କଂଗ୍ରେସ ଦାବି କରିଥିବା ଜଣାଯାଇଛି।
କଂଗ୍ରେସ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ ଯୁଦ୍ଧ ବିମାନ ମୂଲ୍ୟ ସାର୍ବଜନୀନ ନ କରି ଗୋପନୀୟ ଭାବେ ଏହି ବୁଝାମଣା କରିଛନ୍ତି। ସେହିପରି ଅନିଲ ଅମ୍ବାନୀଙ୍କ ନେତୃତ୍ୱ ରିଲାଏନ୍ସ ଡିଫେନ୍ସକୁ କିପରି ଅଂଶୀଦାର ରଖାଗଲା ତାହା ପ୍ରଧାନମନ୍ତ୍ରୀ ସାର୍ବଜନୀନ କରନ୍ତୁ।

ଅନ୍ୟପକ୍ଷରେ ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ରାଜନୈତିକ ଆକ୍ଷେପ ଓ ପ୍ରତିଆକ୍ଷେପ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ପାଇଁ ନୂଆ ପ୍ରକାର ରଣନୀତି ପ୍ରସ୍ତୁତ କରିଛନ୍ତି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଫେଲ ରାଜିନାମାକୁ ନେଇ ଆମେ ବିଚାରଗତ ଲଢେଇ ଲଢିବୁ। ଏଥିପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହେବ। ସାମ୍ବାଦିକ ସମ୍ମିଳନୀରେ ବୁଝାମଣାର ବାସ୍ତବତାକୁ ଲୋକଙ୍କ ଆଗରେ ଉପସ୍ଥାପନ କରାଯିବ। ସେ କହିଛନ୍ତି ଯେ ସରକାରଙ୍କ ବିରୋଧରେ ବିରୋଧୀ କେବଳ ଅପ୍ରଚାର ଚଳାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଅପପ୍ରଚାରରେ ସାମିଲ ହୋଇ ସରକାର ବିରୋଧରେ ଆନ୍ତର୍ଜାତିକସ୍ତରରେ ପ୍ରଚାର ଚଳାଇଛନ୍ତି।
ବିଜେପି ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରାଙ୍କୁ ସାମିଲ କରିଛି। ବିଜେପି କହିଛି ଯେ ବିବାଦୀୟ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରିଙ୍କୁ ସହଯୋଗ କରିବାକୁ କଂଗ୍ରେସ ଚେଷ୍ଟା କରିଥିଲା। ରାଫେଲ ବୁଝାମଣାରେ କଂଗ୍ରେସ ସଞ୍ଜୟ ଭଣ୍ଡାରି ଓ ରବର୍ଟ ଭଦ୍ରାଙ୍କୁ ମଧ୍ୟସ୍ଥ ରଖିବାକୁ ଚେଷ୍ଟା କରିଥିଲା; ମାତ୍ର ଏହାକୁ କାର୍ଯ୍ୟକାରୀ କରିପାରି ନ ଥିଲା।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories