www.samajalive.in
Saturday, December 6, 2025
26.1 C
Bhubaneswar

ଅତାବିରାରେ ଶୁଭାରମ୍ଭ ହେଲା ଦୁଇ କୋଟି ଷାଠିଏ ଲକ୍ଷ ଟଙ୍କାର ମଳ ପ୍ରକ୍ରିୟାକରଣ କେନ୍ଦ୍ର

ରେଙ୍ଗାଲିକେମ୍ପ: ଆଜି ଅତାବିରା ଏନଏସି ୱାର୍ଡ ନଂ ୧୨ ରେ ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋର ସାଗରଙ୍କ ଅଧ୍ୟକ୍ଷତାରେ ମଳ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ କୃତିବାସ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ହୋଇଥିବା ସାଧାରଣ ସଭାର ମଞ୍ଚ ପରିଚାଳନା କରିଥିଲେ ଅତାବିରା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟକୃଷ୍ଣ ପାତ୍ର । ଯୁବ ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଓ ଏନଏସି ସଭାପତିଙ୍କ ଦାଶ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ହୋଇଥିଲେ । ପଣ୍ଡିତ ଜୟକୁମାର ଦାଶଙ୍କ ପୌରହିତ୍ୟରେ ନବନିର୍ମିତ ପ୍ରକଳ୍ପର ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି ପ୍ରକଳ୍ପଟି ଦୁଇ କୋଟି ଷାଠିଏ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଅଛି । ୱାର୍ଡ ନଂ ୧୨ କାଣ୍ଡପାଲିର ମାଁ ମାହେଶ୍ୱରୀ ସ୍ଵୟଂ ସହାୟିକା ଗୋଷ୍ଠୀ କୀଟ ପ୍ରଦାନ କରାଯାଇ ଏହାର ପରିଚାଳନା ଦାୟିତ୍ଵ ଦେଇ ପରୀକ୍ଷାମୂଳକ ଭାବରେ ଏହାର ଚାଳନା କରାଯାଇଥିଲା ।

ଆଠ ଦଶ ଦିନ ମଧ୍ୟରେ ଏହି କେନ୍ଦ୍ର କୁ ସମ୍ପୂର୍ଣ ଭାବରେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏହି ପ୍ରକଳ୍ପରେ ସହର ର ବିଭିନ୍ନ ନାଳ ନାର୍ଦ୍ଦମାର ମଇଳା ଆବର୍ଜନାକୁ ପରିସ୍ରବଣ ପଦ୍ଧତିରେ ଏଥିରେ ଥିବା ଜଳକୁ ନିଷ୍କାସନ କରାଯାଇ ଅବଶିଷ୍ଟ କମ୍ପୋଷ୍ଟ ହେବ ।ଏହି କମ୍ପୋଷ୍ଟ୍ ଖତ ସରକାରଙ୍କ ମୋ ଖତ ଯୋଜନାରେ କିଲୋପ୍ରତି ୧୦ ଟଙ୍କା ଲେଖାଏଁ ସରକାରୀ ମୂଲ୍ୟରେ ବିକ୍ରି କରାଯିବ । ଯାହାଦ୍ଵାରା ଚାଷୀ ମାନେ ଫସଲରେ ପ୍ରୟୋଗ କରି ଉପକୃତ ହେବେ । ଏଥିସହ ଏହି ପ୍ରକଳ୍ପ ପରିବେଶକୁ ସ୍ୱଚ୍ଛ ରଖିବା ସହ ମାନବ ସମାଜ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ । ଏହା ବ୍ୟତୀତ ଅଞ୍ଚଳର ମଇଳା ଆବର୍ଜନା ର ସଦୁପଯୋଗ ହେବ। ଏହି ଉଦଘାଟନୀ ଉତ୍ସବରେ କାଉନସିଲର ଗୁନିଆ ସାହୁ, ବନମାଳୀ ବରିହା, ସନ୍ତୋଷିନୀ ମକ୍ୱାନା, ରଘୁ ବାରିକ୍, ମା’ ମାହେଶ୍ୱରୀ ସ୍ଵୟଂ ସହାୟିକା ଗୋଷ୍ଠୀର ସଭ୍ୟା ବୃନ୍ଦ, ଗ୍ରାମବାସୀ, ଏନଏସିର ସମସ୍ତ କର୍ମଚାରୀ ତଥା ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories