www.samajalive.in
Saturday, December 13, 2025
15.1 C
Bhubaneswar

ମନ୍ତେଇ ନଦୀରେ ପୋଲ ଶେଷ ହେବା ନେଇ ଅନିଶ୍ଚିତତା; ପୋଲର ଶେଷ ନକ୍ସା କରିବାକୁ ଠିକାଦାରଙ୍କ ଅକଲ ଗୁଡୁମ

ଧାମରା: ଧାମରା ଅଂଚଳବାସୀଙ୍କୁ ରାଜ୍ୟ ସରକାର ଦିନ ପରେ ଦିନ ଗଡେଇ ୮ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ବାଂଶଡାଠାରେ ମନ୍ତେଇ ସେତୁ ଅର୍ଦ୍ଧ ନିର୍ମିତ ହୋଇ ରହିଯାଇଛି। କୌଣସି ପରିସ୍ଥିତିରେ କାର୍ଯ୍ୟ ଆଗେଇ ପାରୁ ନଥିବା ବେଳେ ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ କେତେବେଳେ ଚାନ୍ଦବାଲି ତହସିଲଦାରଙ୍କ ଦୋଷ ଦେଉଥିବା ବେଲେ ପୁଣି କେତେବେଳେ ସେତୁର ଠିକା ନେଇଥିବା ସିଙ୍ଗଲା କନଷ୍ଟ୍ରକ୍‌ସନ୍‌ କମ୍ପାନୀ ଉପରେ ଦୋଷ ଦେଇ ନିଜେ ଦୋଷ ମୁକ୍ତ ହେଉଛନ୍ତି। ଦୀର୍ଘ ୮ବର୍ଷ ଧରି ବାଂଶଡାଠାରେ ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ସେତୁ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୪ ମସିହା ସୁଦ୍ଧା ୧୪ଥର ଟେଣ୍ଡର ବାତିଲ ହୋଇଥିବା ବେଳେ ୨୦୧୫ ମସିହାରେ ୧୫ତମ ଟେଣ୍ଡରରେ ଏହି ସେତୁ ଟର୍ଣ୍ଣ କି ଭିତିରେ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ସିଙ୍ଗଲା କନଷ୍ଟ୍ରକ୍‌ସନ୍‌ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ। ୨୦୧୫ ମସିହାରେ ଏହୁ ସେତୁ ନିର୍ମାଣ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ନକ୍ସା ଭୁଲ ହୋଇଥିବାରୁ ନଦୀ ମଧ୍ୟରେ ନିର୍ମାଣାଧୀନ ଥିବା ୨ଟି ଖୁମ୍ବ ମଧ୍ୟରୁ ଗୋଟିଏ ଖୁମ୍ବ ଗଡି ପଡିଥିଲା। ଆଜକୁ ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ରାଜ୍ୟ ସରକାରଙ୍କ(ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗକୁ) ଦୋଷ ଦେଇ ଚାଲିଥିବା ବେଳେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଉପରକୁ ଦୋଷ ଦେଇ ଅଂଚଳବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ଫଳରେ ଧାମରା ଅଂଚଳବାସୀଙ୍କ ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ଏହି ପୋଲ ନିର୍ମାଣ ହୋଇଥିଲେ ଏହି ଅଂଚଳବାସୀଙ୍କୁ କେନ୍ଦ୍ରାପଡା, ଭଦ୍ରକ ଏବଂ କଟକକୁ ସଡକ ପରିବହନରେ ସମୟ ଅପଚୟକୁ ରୋକାଯାଇ ପାରିଥାନ୍ତା ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି। ଏହି ପୋଲ ନିର୍ମାଣ କାର୍ଯ୍ୟ ଡିସେମ୍ବର ନଚେତ ମାର୍ଚ ୨୦୨୦ ସୁଦ୍ଧା ସରିଯିବ ବୋଲି କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଅତି ଦମ୍ଭର ସହ କହିଥିଲେ। ମାତ୍ର ଏହି ବକ୍ତବ୍ୟକୁ ୧ବର୍ଷ ପୂରି ଯାଇଥିବା ବେଳେ ଏହି ସେତୁ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇଛି ବୋଲି କ୍ଷୋଭର ସହ କୁହନ୍ତି ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ। ଦିନକୁ ଦିନ ଏହି ପୋଲର ନକ୍ସା ବଦଳିବାରେ ଲାଗିଛି। ଏହି ନକ୍ସା ବଦଳିବା ସହ ଏହି ନକ୍ସା ଆପ୍ରୁଭାଲ ପାଇଁ ରାସ୍ତା ଏବଂ ଗୃହ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବହୁ ସମୟରେ ରାଜ୍ୟ ସରକାର ଏବଂ ଏବଂ ଦିଲ୍ଲୀଠାରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ଆର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର ଅନୁମତି ନେବା ଜରୁରୀ ହୋଇ ପଡୁଛି। ଏହି ପୋଲର ଶେଷ ନକ୍ସା ଆଜି ପର୍ଯ୍ୟନ୍ତ ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ଠିକ ଭାବରେ ନିର୍ମାଣ କରି ରାସ୍ତା ଗୃହ ବିଭାଗକୁ ଦେବାକୁ ସଫଳ ହୋଇ ପାରିନାହିଁ ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ।

ଏହି ପୋଲ ନିର୍ମାଣ କରୁଥିବା ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ କାହିଁକି ଶେଷ ନକ୍ସାର ସ୍କେଚ ମ୍ୟାପ ନିର୍ମାଣ କରି ହସ୍ତାନ୍ତରିତ କରୁନାହିଁ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି। ୧୨୦ ମିଟର ଲମ୍ବ ଏହି ପୋଲର ୨ପଟରେ ପାଦଚଲା ଲୋକଙ୍କ ପାଇଁ ୫୦ମିଟର ଲମ୍ବର ୨ଟି ବକ୍ସ କଲଭର୍ଟ ହେବ। ୪ଟି ଖୁମ୍ବ ଉପରେ ହେଉଥିବା ପୋଲର ୨ ପାର୍ଶ୍ବରେ ଢଳେଇ ପଡି ସାରିଛି। ଏହି ଢଳେଇରୁ ଆରମ୍ଭ ହେବାକୁ ଥିବା ଆପ୍ରୋଚିଂ ରୋଡ ପାଇଁ ଦରକାର ପଡୁଥିବା ଜମି ,ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତରିତ ହେବା ପରେ ଏହି ଆପ୍ରୋଚ ରୋଡ ପାଇଁ ମାଟିର ଆବଶ୍ୟକ ପଡୁଛି। ଏହି ମାଟି ପାଇଁ ଚାନ୍ଦବାଲି ତହସିଲଦାର ଚିହ୍ନଟ ଦେଇଥିବା ସ୍ଥାନରୁ ମାଟି ନେବା ସମ୍ଭବ ପର ହୋଇ ପାରୁନାହିଁ। କାରଣ ଦେଖିବାକୁ ଯାଇ ଜଣାପଡିଛି ଏହି ସ୍ଥାନ ସଂପୂର୍ଣ୍ଣ ନିଚ୍ଚ ହୋଇଥିବା ବେଳେ ଏହି ସ୍ଥାନରେ ପାଣି ଜମି ରହୁଛି। ଅନ୍ୟ ପକ୍ଷରେ ସାଧାରଣ ଲୋକଙ୍କ ପାଖରୁ ମାଟି କିଣି ଏହି ରାସ୍ତା ନିର୍ମାଣ କରିବାକୁ ସଂସ୍ଥା ଅଣ୍ଟା ଭିଡିଥିବା ବେଳେ ନିକଟରେ ବାଂଶଡା ରାଜସ୍ୱ ନିରୀକ୍ଷକ ଏହି ମାଟି ବୋହୁଥିବା ଟ୍ରାକ୍ଟର ଅଟକାଇ ୩୦ହଜାର ଟଙ୍କା ଫାଇନ କରିଥିଲେ। ଫଳରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ଡମ୍ବରୁଧର ମଣ୍ଡଳ ଏହି ରାସ୍ତା ପାଇଁ ଦରକାର ପଡୁଥିବା ମାଟି କେଉଁଠୁ ଆସି କାମ ହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ଆପ୍ରୋଚ ରୋଡ ନିର୍ମାଣ ପରେ ସଂପୃକ୍ତ ସଂସ୍ଥା ଷ୍ଟିଲରେ ଫେବ୍ରିକେସନ କରି ଗାର୍ଡ ୱାଲ ନିର୍ମାଣ କରିବା ପରେ ୫୦ମିଟର ଲମ୍ବର ମଝି ସ୍ଲାବ ଏବଂ ବକ୍ସ କଲଭଟ ପଡିବ। ମାତ୍ର ଏହି କାର୍ଯ୍ୟ କେବେ ଶେଷ ହେବ ସେ ନେଇ ବିଭାଗୀୟ ଅଧିକାରୀ କେବଳ ତାରିଖ ଉପରେ ତାରିଖ ଗଡାଇ ଗଡାଇ ଚାଲିଛନ୍ତି। ଜିଲ୍ଲାପାଳ ମହୋଦୟ ଏହି ମାଟି ରାସ୍ତା ପାଇଁ ଦୃଷ୍ଟି ଦେଲେ ସୁରୁଖୁରରେ ସେତୁ କାର୍ଯ୍ୟ ଶେଷ ହୋଇ ଯାଇପାରିବ ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories