www.samajalive.in
Wednesday, December 10, 2025
26.1 C
Bhubaneswar

ରେୱାରି ଗଣବଳାତ୍କାର: ସେନା କର୍ମଚାରୀଙ୍କ ସମେତ ୨ ଗିରଫ

ରେୱାରି: ହରିଆଣାର ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାରରେ ସମ୍ପୃକ୍ତ ସେନା କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ହରିଆଣା ପୁଲିସ ମହାନିର୍ଦେଶକ ବି ଏସ୍‍ ସାନ୍ଧୁଙ୍କ ସୂଚନା ଅନୁଯାୟୀ, ଘଟଣାର ଦୁଇ ପ୍ରମୁଖ ଅଭିଯୁକ୍ତ କୁହାଯାଉଥିବା ମନୀଷ ଓ ସେନାବାହିନୀର ପଙ୍କଜଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୧୨ ତାରିଖରେ ଘଟିଥିବା ଏହି ଘଟଣା ପରଠାରୁ ଦୁଇ ଜଣ ଫେରାର ଥିଲେ। ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ପୁଲିସର ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି।
ସେପ୍ଟେମ୍ବର ୧୨ ତାରିଖ ସନ୍ଧ୍ୟାରେ ମେଧାବୀ ଛାତ୍ରୀ ଜଣକ କୋଚିଂ ପାଇଁ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ନିଶାପାନୀୟ ଦେଇ ଗଣବଳାତ୍କାର କରିଥିଲେ। ପୀଡ଼ିତା ଅଚେତ ହୋଇଯିବା ପରେ ତାଙ୍କୁ ଏକ ବସ୍‍ ଷ୍ଟପ୍‍ ପାଖରେ ଫୋଫାଡ଼ି ଦେଇ ଚାଲି ଯାଇଥିଲେ। ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବିରୋଧୀ ଦଳ ହରିଆନା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories