www.samajalive.in
Monday, December 8, 2025
13.1 C
Bhubaneswar

ୟୁକ୍ରେନ୍‌ ସୀମାରେ ନାଟୋ ଅସ୍ତ୍ରଶସ୍ତ୍ର

ୱାଶିଂଟନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ନିବେଦନକ୍ରମେ ୟୁକ୍ରେନ୍‌ ସେନାକୁ ସାହାୟତା ପାଇଁ ‘ନାଟୋ’ ସଦସ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକା ସବୁଜ ସଙ୍କେତ ପ୍ରଦାନ କରିଛି। ସେହି ଅନୁସାରେ ୟୁକ୍ରେନ୍‌ ସୀମାରେ ୨୨ଟି ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ରଶସ୍ତ୍ର ଆସି ଜମା ହେବାର ଖବର ମିଳିଛି। ଅତି ସନ୍ତର୍ପଣର ସହ ଏଗୁଡ଼ିକୁ ପହଞ୍ଚାଇବା କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ସୂଚନାନୁଯାୟୀ, ପ୍ରତ୍ୟହ ହାରାହାରି ୧୪ଟି ଯୁଦ୍ଧବିମାନ ପହଞ୍ଚୁଥିବାବେଳେ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ପହଞ୍ଚିବାରେ ଲାଗିଛି। ଇତିମଧ୍ୟରେ ୧୦୦ରୁ ଅଧିକ ‘ଜାଭେଲିନ୍‌’ କ୍ଷେପଣାସ୍ତ୍ର ପହଞ୍ଚି ସାରିଲାଣି। ଆମେରିକାର ‘ଏୟାର ଫୋର୍ସ ସି-୧୭’ ବିମାନରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ସେନା ପହଞ୍ଚିଛନ୍ତି। ଗତ ସପ୍ତାହକ ମଧ୍ୟରେ କେବଳ ୧୭ହଜାର ଟ୍ୟାଙ୍କ ନିରୋଧୀ ଅସ୍ତ୍ର ପହଞ୍ଚିଥିବା ଜଣାପଡ଼ିଛି। ଆମେରିକା ମିଳିତ ସେନାର ଯୁଗ୍ମ ମୁଖ୍ୟ ଜେନେରାଲ ମାର୍କ ମିଲି ଏ ସବୁର ସଂଯୋଜନା କରୁଛନ୍ତି। ପୂର୍ବରୁ ଆମେରିକା ୟୁକ୍ରେନ୍‌କୁ ୧୦୦କୋଟି ଡଲାର ମୂଲ୍ୟର ସାମରିକ ସହାୟତା ପ୍ରଦାନ କରିଛି। ଫେବୃଆରୀରେ ଦେଇଥିବା ପ୍ରତିଶ୍ରୁତିର ଦୁଇ-ତୃତୀୟାଂଶ ଅସ୍ତ୍ରଶସ୍ତ୍ର ଇତିମଧ୍ୟରେ ୟୁକ୍ରେନ୍‌ରେ ପହଞ୍ଚି ସାରିଛି।

ୟୁକ୍ରେନ୍‌ ଯୁଦ୍ଧ ପରିପ୍ରେକ୍ଷୀରେ ନାଟୋ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରେ ଅପୂର୍ବ ଏକତା ଲକ୍ଷ୍ୟ କରାଯାଇଛି। ଏହି ମାମଲାରେ ପୋଲାଣ୍ଡ ଆମେରିକାର ବଡ଼ ସହଯୋଗୀ ପାଲଟିଛି; ତେଣୁ ପୋଲାଣ୍ଡ ସୀମାରେ ଆମେରିକା ଓ ନାଟୋ ସେନା ତଥା ସାମରିକ ସରଞ୍ଜାମଗୁଡ଼ିକୁ ଠୁଳ କରାଯାଇଛି। ପୋଲାଣ୍ଡ ପକ୍ଷରୁ ମଧ୍ୟ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି। ଜର୍ମାନୀ ଇତିମଧ୍ୟରେ ଅସ୍ତ୍ରଶସ୍ତ୍ର ପଠାଇଲାଣି। ଏଥିମଧ୍ୟରେ ଯୁଦ୍ଧବିମାନ ରହିଛି। ଇତିମଧ୍ୟରେ ଯୁଦ୍ଧ ଦ୍ବାଦଶ ଦିନ ଅତିକ୍ରମ କରିଥିଲେ ମଧ୍ୟ ଏଗୁଡ଼ିକ କାମରେ ଲାଗି ନ ଥିବାରୁ ୟୁକ୍ରେନ୍‌ ଅବସ୍ଥା ସଙ୍ଗିନ ହୋଇପଡ଼ିଲାଣି। ଯେତେଶୀଘ୍ର ଏଗୁଡ଼ିକର ଉପଯୋଗ କରାଯିବ ସେତେ ଶୀଘ୍ର ରୁଷିଆ ସେନାର ମୁକାବିଲା ୟୁକ୍ରେନ୍‌ ପାଇଁ ସହଜ ହେବ। ଏହାକୁ ଲକ୍ଷ୍ୟକରି ରୁଷିଆ ପକ୍ଷରୁ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦିଆଯାଇଛି। ୟୁରୋପୀୟ ଓ ଆମେରିକୀୟ ଅସ୍ତ୍ରଶସ୍ତ୍ର ତଥା ଯୁଦ୍ଧବିମାନ ନିଜ ମାଟିରେ ଜମା ସହ ରୁଷିଆ ବିରୋଧରେ ପ୍ରୟୋଗ ନ କରିବାକୁ ଏହାର ସେନା ତାଗିଦା କରିଛି। ଏପରି କରାଗଲେ ରୁଷିଆ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳ ବା ଦେଶକୁ ବିବାଦର ଅନ୍ତର୍ଭୁକ୍ତ କରିବ ବୋଲି କୁହାଯାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories