Patra electronics

ନକରାତ୍ମକ ରାଜନୀତି ଦେଶ ପାଇଁ ବିପଦ – ମୋଦୀ

ନକାରାତ୍ମକ ରାଜନୀତି ଦେଶ ପାଇଁ ବିପଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବଂଶବାଦ ରାଜନୈତିକ ଦଳର ନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେମାନଙ୍କ ସଂକୀର୍ଣ୍ଣ ଚିନ୍ତାଧାରା ଦ୍ୱାରା ସେମାନେ ଲୋକ କିମ୍ବା ଦେଶ ପାଇଁ କିଛି ଭଲ କରିପାରିବେ ନାହିଁ। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପ୍ରଚାର ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ଶେଷ ନିର୍ବାଚନ ସଭାରେ ଏହା କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ସ୍ୱାର୍ଥ ଜଡିତ ବିଷୟଗୁଡ଼ିକରେ ମଧ୍ୟ ମୋଦୀ ବିରୋଧୀ ଆଭିମୁଖ୍ୟ ହେତୁ ସେମାନେ ସବୁ ଯୋଜନାକୁ ନକରାତ୍ମକ ଢଙ୍ଗରେ ଦେଖନ୍ତି। କୋଭିଡ -୧୯ ବିରୋଧରେ ଟୀକାକରଣ ଅଭିଯାନକୁ ସମାଲୋଚନା କରୁଥିବା ବିରୋଧୀଦଳକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଏଭଳି ଏକ ଦଳ ଯିଏକି ଖଦିକୁ ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କଲାବେଳେ ସମାଲୋଚନା କରେ। ସେ କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ସେମାନେ ଚୁପ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସ୍ଥାନୀୟ ଉତ୍ପାଦକୁ ଲୋକପ୍ରିୟ କରିବା ପାଇଁ ଆହ୍ୱାନ ଦେଇ କଣ ଭୁଲ କରିଛନ୍ତି?

Comments are closed.