ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ବନ୍ଦ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି
ପୁରୀ . – ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ବା ଶ୍ରୀ ମନ୍ଦିର ଭିତରେ ଦାନ ଦକ୍ଷିଣା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପରିସରରେ କୌଣସି ଦାନ ଥାଳୀ ବା ବାକ୍ସ ରହିପାରିବ ନାହିଁ । ସେବାୟତମାନଙ୍କ ଦାନ ଦକ୍ଷିଣା ଶ୍ରୀମନ୍ଦର ଭିତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । ଶନିବାରରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରିଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଶନିବାରରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଅଲୋଚନା ହୋଇଥିଲା । ସୁପ୍ରିମ କୋର୍ଟ ଦେଇଥିବା ୧୨ଟିରୁ ୯ଟି ସଂସ୍କାର ନିଷ୍ପତିକୁ ଲାଗୁ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି ।
ଏହା ପୂର୍ବରୁ ଶ୍ରୀ ନହରରେ ଗୋପାଳ ସୁବ୍ରମଣ୍ୟମ ପୁରୀର ଗଜପତି ମହାରାଜା ଦିବ୍ୟସିଂହଙ୍କୁ ଭେଟି ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।