www.samajalive.in
Monday, December 8, 2025
24.1 C
Bhubaneswar

ଅଫ୍‌ଲାଇନ୍‌ ସପକ୍ଷରେ ୯୬% -ସରିଲା +୨ ପରୀକ୍ଷା ପାଇଁ ମତ ଲୋଡ଼ା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ +୨ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ଏପ୍ରିଲରେ ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି। କେନ୍ଦ୍ରୀୟ ପରିଷଦର ପରୀକ୍ଷା ଏପ୍ରିଲ ୨୬ରୁ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସମାନ ଢଙ୍ଗ ଓ ସମୟରେ ସିଏଚ୍‌ଏସ୍‌ଇ ପକ୍ଷରୁ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ଅନ୍ୟପକ୍ଷରେ ଗତମାସ ୧୪ରୁ ପରିଷଦ ପକ୍ଷରୁ ବିଭିନ୍ନ ବର୍ଗର ମତ ଲୋଡ଼ିବା ଆରମ୍ଭ ହୋଇଥିବାବେଳେ ଏହି ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ ବର୍ଗର ମିଳିଥିବା ମତକୁ ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ତଥ୍ୟ (ରିପୋର୍ଟ) ପରିଷଦ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ,ଶକ୍ଷାବିତ୍‌ଙ୍କ ସମେତ ବିଭିନ୍ନ ବର୍ଗର ମତ ନିଆଯାଇଛି। ପ୍ରାୟ ୯୬ %ରୁ ଉର୍ଦ୍ଧ୍ବ ଲୋକ ପରୀକ୍ଷା ସପକ୍ଷରେ ମତ ଦେଇଛନ୍ତି। ପାରମ୍ପରିକ ପଦ୍ଧତି(ଅଫଲାଇନ୍‌)ରେ ପରୀକ୍ଷା ପାଇଁ ମତ ଦେଇଥିବାବେଳେ ପାଠପଢା ପାଇଁ ସମୟ ପ୍ରଦାନ,ପରୀକ୍ଷା ତାରିଖ ଏବଂ ସମୟ ମଧ୍ୟରେ ବ୍ୟବଧାନ ରଖିବାକୁ ଛାତ୍ରଛାତ୍ରୀ,ଅଭିଭାବକ ମତପୋଷଣ କରିଛନ୍ତି। ପରିଷଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିବା ତଥ୍ୟ(ରିପୋର୍ଟ) ପଠାଇବ। ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ଅନୁମତି ଦିଆଯିବା ପରେ ପରୀକ୍ଷା ତାରିଖ ଓ ପରୀକ୍ଷା କେନ୍ଦ୍ର ଘୋଷଣା କରାଯିବ।
ସେହିପରି ଏଥର ପରୀକ୍ଷା ପ୍ରଶ୍ନପତ୍ର ସମ୍ବନ୍ଧରେ ମଧ୍ୟ ନିଷ୍ପତ୍ତି ନେଇଛି ପରିଷଦ। ୨୦୨୨ରେ ହେବାକୁ ଥିବା +୨ ପରୀକ୍ଷାରେ ବିନା ପ୍ରାକ୍ଟିକାଲ(ପ୍ରାୟୋଗିକ) ବିଷୟରେ ଶହେ ମାର୍କର ପରୀକ୍ଷା ହେବ।

୫୦ ମାର୍କର ଏକ ମାର୍କ ସମ୍ବଳିତ ସଂକ୍ଷିପ୍ତ ଉତ୍ତରମୂଳକ ମଲ୍ଟିପୁଲ ଚଏସ୍‌(ଗୋଟିଏ ପ୍ରଶ୍ନର ଏକାଧିକ ଉତ୍ତର ବାଛିବା) ପ୍ରଶ୍ନ ଆସିବ। ଅବଶିଷ୍ଟ ୫୦ ମାର୍କ ମଧ୍ୟରୁ ୨୦ ମାର୍କ ପ୍ରଶ୍ନ ୫ ମାର୍କ ସମ୍ବଳିତ ୪ଟି ପ୍ରଶ୍ନ ଆସିବ। ସେହିପରି ୨ ଓ ୩ ମାର୍କ ସମ୍ବଳିତ ୩୦ ମାର୍କର ପ୍ରଶ୍ନ ଆସିବ। ପ୍ରାକ୍ଟିକାଲ(ପ୍ରାୟୋଗିକ) ବିଷୟର ମୋଟ ୭୦ ମାର୍କର ପରୀକ୍ଷା ହେବ। ଅବଶିଷ୍ଟ ୩୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ହେବ। ମୂଲ୍ୟାୟନରେ ଚଳିତ ବର୍ଷ କୌଣସି ପରିବର୍ତ୍ତନ ହେବନି ବୋଲି ଜଣାପଡ଼ିଛି।

- Advertisement -

ଅନ୍ୟପକ୍ଷରେ ପରୀକ୍ଷାରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଇଛି ପରିଷଦ। କପି ରୋକିବା ପାଇଁ ସ୍କ୍ବାଡ୍‌(ଦଳ) ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ପରିଷଦ ପକ୍ଷରୁ ସମସ୍ତ କନିଷ୍ଠ ମହାବିଦ୍ୟାଳୟକୁ ଅଧ୍ୟାପକଙ୍କ ନାମ ମଗାଯାଇଛି। କେନ୍ଦ୍ରୀୟ(ସେଣ୍ଟ୍ରାଲ) ଓ ଜୋନ୍‌ ସ୍ତରରେ ସ୍କ୍ବାଡ୍‌ ଗଠନ ହେବ। ୧୦ ବର୍ଷ ଅଭିଜ୍ଞତା ଥିବା ସହ କନିଷ୍ଠ ଅଧ୍ୟାପକ ବର୍ଗ କିମ୍ବା ତଦୁର୍ଦ୍ଧ୍ବ ପ୍ରାର୍ଥୀଙ୍କୁ ସ୍କ୍ବାର୍ଡରେ ସଦସ୍ୟ କରାଯିବ। ଆସନ୍ତା ୫ ତାରିଖ ସୁଦ୍ଧା ଅଧ୍ୟାପକଙ୍କ ତାଲିକା, ଫୋନ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ପରୀକ୍ଷାକୁ ନେଇ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ପରେ ପରିଷଦ ପକ୍ଷରୁ ବିଭିନ୍ନ ବର୍ଗର ମତ ଲୋଡ଼ା ଯାଇଥିଲା।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories