www.samajalive.in
Wednesday, December 10, 2025
26.1 C
Bhubaneswar

ଅଭିଯୁକ୍ତ ପାଇଁ ଦୁର୍ଘଟଣା ; ୩ ମୃତ

ରାୟପୁର : ଛତିଶିଗଡର କାନକେର ଜିଲାରେ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି। ମାରପିଟ୍‍ ଘଟଣାରେ ଜଣେ ଅଭିଯୁକ୍ତକୁ ନେଇ ପୁଲିସ ଯାଉଥିବା ସମୟରେ ପୋଲ ଉପରେ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିବା ସମୟରେ ଗାଡିର ଷ୍ଟିୟରିଙ୍ଗ ବୁଲାଇଦେବାରୁ ଦୁର୍ଘଟଣା ଘଟିଛି। ଏହି ସମୟରେ ଷ୍ଟିୟରିଙ୍ଗ ବୁଲିଯିବାରୁ ପୁଲିସ ଗାଡି ହଠାତ ଏକ ବାଇକ ସହ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ୩ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନଦୀକୁ ଖସିପଡିଥିଲେ। ଗୁରୁବାର ସକାଳେ ନଦୀରୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ଗାଡିରେ ଥିବା ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories