www.samajalive.in
Saturday, December 6, 2025
16.1 C
Bhubaneswar

ଘରଡିହ ପଟ୍ଟା ପ୍ରଦାନ ମାମଲା : ୱାର୍ଡ ନଂ. ୩ ପରେ ୱାର୍ଡ ନଂ. ୧୭ରେ ଭୋଟ ବର୍ଜନ ନିଷ୍ପତ୍ତି 

ମାଲକାନଗିରି :  ମାଲକାନଗିରି ପୌରାଞ୍ଚଳରେ ନିଆ ପରି ବ୍ୟାପୁଛି ଘରଡିହ ପଟ୍ଟା ପ୍ରଦାନ ମାମଲ। ପ୍ରଶାସନର କ୍ରାମାଗତ ଅବହେଳ ଓ ନିରିହ ଗରିବ ଲୋକଙ୍କୁ ଘରଡିହ ପଟ୍ଟା ପ୍ରଦାନରେ ପାତର ଅନ୍ତର ନୀତି ନେଇ ଅଭିଯୋଗ ହୋଇଛି । ପ୍ରଥମେ ୱାର୍ଡ ନଂ. ୩ରେ ସରକାରଙ୍କୁ ବିରୋଧ କରି ଭୋଟ ବର୍ଜନ ଓ ପ୍ରାର୍ଥୀପତ୍ର ଦାଖଲ ନ କରାଇବା ଓ ରାଜନୈତିକ ଦଳକୁ ପୁରାଇ ନ ଦେବା ନେଇ ବୈଠକରେ ଶପଥ ନେବା ପରେ ସୋମବାର ମାଲକାନଗିରି ପୌର ପରିଷଦ ୱାର୍ଡ ନଂ. ୧୭ରେ ମଧ୍ୟ ସରକାରୀ ବିରୋଧି ପ୍ରଚାର କମିଟି ଗଠନ ହୋଇଛି । ସରକାରଙ୍କ ଅବହେଳା ଓ ଗରିବ ଖଟିଖିଆଙ୍କୁ ପଟ୍ଟା ନ ଦେଇ ବଡବଡିଆଙ୍କୁ ପଟ୍ଟା ପ୍ରଦାନ କରିବା ଅଭିଯୋଗ ହୋଇଛି। ଏନେଇ ଶହ ଶହ ମହିଳା ଓ ପୁରୁଷ ୱାର୍ଡ ନଂ. ୧୭ରେ ଏକତ୍ରୀତ ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେବା ସହ ଏହି ୱାର୍ଡରେ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ । ଯଦି କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଏବଂ ଦଳ ବିରୁଦ୍ଧରେ ଏକ ପ୍ରଚାର କମିଟି ଗଠନ କରି ସରକାରଙ୍କ ବିଫଳତା ସମ୍ପର୍କରେ ୱାର୍ଡ ୱାର୍ଡ ବୁଲି ପ୍ରଚାର କରିବେ ବୋଲି ଚେତାବନୀ ଦେଇଛନ୍ତି। ୱାର୍ଡ ନଂ ୧୭ରେ ପ୍ରାୟ ୧୫୦୦ ଭୋଟର ରହୁଥିବା ବେଳେ ପ୍ରାୟ ୪୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ବର୍ଷ ବର୍ଷ ଧରି ଏମାନେ ରହୁଥିଲେ ସୁଦ୍ଧା ସରକାରୀ ନିୟମ ଅନୁଯାୟୀ ସହରାଂଚଳରେ ପଟ୍ଟା ପ୍ରଦାନ ଯୋଜନାରୁ ଏମାନଙ୍କୁ ବଂଚିତ କରାଯାଇଛି । ବାରମ୍ବାର ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ ସୁଦ୍ଧା ଏମାନଙ୍କୁ ପଟ୍ଟା ପ୍ରଦାନ କରା ଯାଇନାହିଁ । ବର୍ଷ ବର୍ଷ ଧରି ରହିଥିବା ପ୍ରକୃତ ହିତାଧିକାରୀ ପଟ୍ଟା ପାଇ ନଥିବା ଅଭିଯୋଗ କରିଛନ୍ତି ।

ତେବେ ଚଳିତ ପୌର ନିର୍ବାଚନ ବିଗୁଲ ବାଜିଥିବା ବେଳେ ପ୍ରାର୍ଥୀ ଚୟନ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ୱାର୍ଡ​‌ ବାସିନ୍ଦାଙ୍କ ଭୋଟ ବର୍ଜନ ନିଷ୍ପତି ରାଜ୍ୟ ସରକାର ଓ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ରାଜନୈତିକ ଦଳମାନେ ମଧ୍ୟ ଦ୍ୱନ୍ଦରେ ପଡିଛନ୍ତି । ସରକାରଙ୍କ ଏହି ପଟ୍ଟା ପ୍ରଦାନ ନେଇ ସମ୍ପୂର୍ଣ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ଚାଲିବ ବୋଲି ଚେତାବନୀ ଦିଆ ଯାଇଥିବା ବେଳେ ବାର୍ଡ ନଂ. ୩ରେ ମଧ୍ୟ ଏହି ବିରୋଧୀ ପ୍ରଚାର କମିଟି ସକ୍ରିୟ ହୋଇ ଉଠିଛି। ସମସ୍ତଙ୍କ ନିଷ୍ପତ୍ତି କ୍ରମେ କୌଣସି ପ୍ରାର୍ଥୀ ଚଳିତ ନିର୍ବାଚନରେ କାଉନସିଲର ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିବେ ନାହିଁ ବୋଲି ଗାଁ ଦାଣ୍ଡରେ ବିରାଟ ପୋଷ୍ଟର ଓ ବ୍ୟାନର ଲଗାଇ ରାଜନୈତିକ ଦଳ ଗୁଡିକୁ ପ୍ରଚାର ପାଇଁ ଆସିବାକୁ ମନା କରିଥିବା ବେଳେ ଭୋଟ ବର୍ଜନ ନିଷ୍ପତ୍ତିକୁ ଏହି ବାର୍ଡ ବାସୀ  ସ୍ୱାଗତ ଜଣାଇଛନ୍ତି। ତେବେ ପୌର ନିର୍ବାଚନ ପୂର୍ବରୁ ଯଦି ପ୍ରଶାସନ ଏହାର ସମାଧାନ ନ କରେ ତାହାହେଲେ ଆଗାମୀ ଦିନରେ ଏହାର ପ୍ରଭାବ ନିର୍ବାଚନ ଉପରେ ପଡିବାର ସମ୍ଭାବନା ରହିଛି । ଆଜି ୱାର୍ଡ ନଂ. ୧୭ର ଏହି ବୈଠକରେ ବନମାଳି କୁମାର, ରାମ କୁଣ୍ଡୁ, କୁନୁ ଗଣ୍ଡ, ଭିକାରି ଗୌଡ, ଲୋକନାଥ ମହାନ୍ତିଙ୍କ ସହ ୨୦୦ରୁ ଅଧିକ ସାହି ବାସିନ୍ଦା ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories