www.samajalive.in
Wednesday, December 10, 2025
18.1 C
Bhubaneswar

ଓଡ଼ିଶାର ତ୍ୟାଗ ଓ ବୀରତ୍ୱର ସ୍ୱାକ୍ଷର ବହନ କରିବ: ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ବିମାନବନ୍ଦରକୁ ଓଡ଼ିଶାର ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଛି। ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି।
ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଉଦ୍‍ଘାଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଏହି ବିମାନବନ୍ଦରକୁ ଆସିବାକୁ ଥିବା ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣିବା ପରେ ଓଡ଼ିଶାର ବୀରତ୍ୱ, ତ୍ୟାଗ, ବଳିଦାନ ଓ ସମର୍ପଣର ଗାଥା ବିଷୟରେ ଜାଣିପାରିବେ। ଏହା ପୂର୍ବ ଭାରତର କେତେକ ଅଞ୍ଚଳ, ପଶ୍ଚିମ ଓଡ଼ିଶା ସହିତ ରାଜଧାନୀ ଭୁବନେଶ୍ୱରକୁ ଯୋଗଯୋଗର ଏକ ତ୍ରିବେଣୀ ସଂଗମ ରୂପେ ବିବେଚିତ ହେବ। ଓଡ଼ିଶାରେ ବହୁ ଦିନ ପରେ ଦ୍ୱିତୀୟ ବିମାନ ବନ୍ଦର ହେଲା। ବିଳମ୍ବର କାରଣ ରାଜ୍ୟବାସୀଙ୍କୁ ଖୋଜିବାକୁ ପଡ଼ିବ। ବୋଧହୁଏ ସେ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ବିମାନ ବନ୍ଦର ଉଦ୍‍ଘାଟନ କରିବାକୁ ଅପେକ୍ଷା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ମଜାଳିଆ ଢଙ୍ଗରେ କହିଛନ୍ତି। ଦେଶର ବିମାନ ସେବା କ୍ଷେତ୍ରର ପରିସଂଖ୍ୟାନ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ଭାରତରେ ମାତ୍ର ୪୫୦ଟି ବିମାନ ଚଳାଚଳ କରୁଥିଲା। କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ଆଉ ୯୫୦ଟି ବିମାନ ଚଳାଚଳ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ପଶ୍ଚିମ ଭାରତ ଓ ପୂର୍ବ ଭାରତ ମଧ୍ୟରେ ଥିବା ବୈଷମ୍ୟ ଦୂର ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ସେ ଦିଗରେ ଓଡ଼ିଶା ଏକ ଅଂଶ ହୋଇଛି। ଏବେ ଜୀବନ କେନ୍ଦ୍ରବିନ୍ଦୁରେ ଶକ୍ତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିପୁଳ କୋଇଲା ଭଣ୍ଡାର ଥିବାରୁ ଓଡ଼ିଶା ଭାଗ୍ୟବାନ। ଏହି ଶକ୍ତିର ବିନିଯୋଗ ହେବା ଆବଶ୍ୟକ। ଶେଷରେ ବିମାନ ବନ୍ଦର ଉଦ୍‍ଘାଟନ କରିଥିବାରୁ ସେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଉଦ୍‍ଘାଟନ ପୂର୍ବରୁ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ବିମାନ ବନ୍ଦର ନିର୍ମାଣ ପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ମାଗଣାରେ ଜମି, ଜଳ ଓ ବିଦ୍ୟୁତ ଯୋଗାଇ ଦେଇଛନ୍ତି। ଏଥିସହିତ ସୁରକ୍ଷା ପାଇଁ ମଧ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି। ତେଣୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀକୁ ଏୟାର ଇଣ୍ଡିଆ ତରଫରୁ ସବୁଦିନିଆ ବିମାନ ଚଳାଚଳ ହେଉ। ଯଦି ପର୍ଯ୍ୟାପ୍ତ ସଂଖ୍ୟକ ଯାତ୍ରୀ ନ ହୁଅନ୍ତି ତେବେ ବର୍ଷେ ପର୍ଯ୍ୟନ୍ତ ବଳକା ସିଟ୍‍ ବାବଦ ଖର୍ଚ୍ଚର ଭରଣା ରାଜ୍ୟ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବା ପୂର୍ବରୁ ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଶେଷରେ କୋଇଲା ରୟାଲିଟି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଦାବି ଉପସ୍ଥାପନ କରିଥିଲେ।
ସଭାସ୍ଥଳରେ ଓଡ଼ିଶା ରାଜ୍ୟପାଳ ଗଣେଣୀ ଲାଲ୍‍, କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ, ଜୁଏଲ ଓରାମ୍‍ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories