www.samajalive.in
Monday, December 8, 2025
13.1 C
Bhubaneswar

୪ ବର୍ଷ ପରେ ପରଦାକୁ ଫେରିବେ କିଙ୍ଗ୍‌ ଖାନ; ଘୋଷଣା ହେଲା ‘ପଠାନ୍‌’ର ରିଲିଜ୍‌ ତାରିଖ

ମୁମ୍ବଇ: ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’।

ଶାହରୁଖ୍‌ ନିଜ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ‘ପଠାନ୍‌’ର ମୁକ୍ତିଲାଭ ତାରିଖ ଘୋଷଣା କରି ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି। ସେ ଲେଖିଛନ୍ତି, ‘‘ମୁଁ ଜାଣିଛି ଯେ ଏହା ବହୁତ ବିଳମ୍ବ। କିନ୍ତୁ ତାରିଖ ମନେ ରଖନ୍ତୁ। ‘ପଠାନ୍‌’ର ସମୟ ଆରମ୍ଭ ହେଉଛି। ୨୦୨୩ ଜାନୁୟାରୀ ୨୫ ତାରିଖରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖାହେବ’’। ଶାହରୁଖ ନିଜ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ଫିଲ୍ମ ‘ପଠାନ୍‌’ ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ।

- Advertisement -

ମୁକ୍ତିଲାଭ ତାରିଖ ଘୋଷଣା ସହ କିଙ୍ଗ୍‌ ଖାନ ଚଳଚ୍ଚିତ୍ରର କିଛି ଝଲକ୍‌ ମଧ୍ୟ ଶେୟାର କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର କିଛି ସମୟ ମଧ୍ୟରେ ‘ପଠାନ୍‌’ର ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ୪ ବର୍ଷର ଲମ୍ବା ବ୍ୟବଧାନ ପରେ ଶାହରୁଖଙ୍କ ଫିଲ୍ମ ପରଦାକୁ ଆସିବ। ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ଅଛନ୍ତି।

ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାନୁକୋନ ଓ ଜନ୍‌ ଆବ୍ରାହମ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories