www.samajalive.in
Wednesday, December 10, 2025
18.1 C
Bhubaneswar

ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ

ଦୁବାଇ : ଏଠାରେ ଶୁକ୍ରବାର ଖେଳାଯାଇଥିବା ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର ଫୋର୍‍ ପର୍ଯ୍ୟାୟର ଏକ ମ୍ୟାଚରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ବାଂଲାଦେଶ ୪୯.୧ ଓଭରରେ ୧୭୩ ରନରେ ଅଲଆଉଟ ହୋଇଥିଲା। ଜବାବରେ ଭାରତ ୩୬.୨ ଓଭରରେ ୩ ୱିକେଟ ବିନିମୟରେ ୧୭୪ ରନ କରି ବିଜୟୀ ହୋଇଛି।
୧୭୪ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତର ଦୁଇ ଓପନର ଶିଖର ଧାୱନ ଓ ରୋହିତ ଶର୍ମା ପ୍ରଥମ ୱିକେଟ ପାଇଁ ୧୪.୨ ଓଭରରେ ୬୧ ରନ ଯୋଗକରିଥିଲେ। ଧାୱନ ବ୍ୟକ୍ତିଗତ ୪୦ ରନ (୪ ଚୌକା, ୧ ଛକା) କରିଥିବାବେଳେ ସାକିବ ଅଲ୍‍ ହାସାନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରୋହିତ ଓ ଅମ୍ବତି ରାୟୁଡୁ ଦ୍ୱିତୀୟ ୱିକେଟ ପାଇଁ ୪୫ ରନ ସଂଗ୍ରହ କରିବାପରେ ରାୟୁଡୁ ୧୩ ରନ କରି ଆଉଟ ହୋଇଥିଲେ। ତେବେ ରୋହିତ ଓ ମହେନ୍ଦ୍ର ସିଂହ ଧୋନି ୩ୟ ୱିକେଟ ପାଇଁ ୬୪ ରନ ଯୋଗକରି ବିଜୟକୁ ନିଶ୍ଚିତ କରିଥିଲେ। ଦଳୀୟ ସ୍କୋର ୧୭୦ ରନରେ ଧୋନି ବ୍ୟକ୍ତିଗତ ୩୩ ରନ କରି ଆଉଟ ହୋଇଥିଲେ। ରୋହିତ ଓ ଦିନେଶ କାର୍ତ୍ତିକ ବିଜୟ ପାଇଁ ଆବଶ୍ୟକ ଆଉ ଚାରି ରନ ସଂଗ୍ରହ କରିଥିଲେ। ରୋହିତ ୮୩ (୫ ଚୌକା, ୩ ଛକା) ଓ କାର୍ତ୍ତିକ ୧ ରନରେ ଅପରାଜିତ ଥିଲେ। ଭାରତ ୩ ୱିକେଟରେ ୧୭୪ ରନ କରି ବିଜୟୀ ହୋଇଥିଲା। ବାଂଲାଦେଶ ପକ୍ଷରୁ ମାସ୍ରାଫେ ମୋର୍ତାଜା, ସାକିବ ଅଲ ହାସାନ ଓ ରୁବେଲ ହୁସେନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲେ। ଦଳୀୟ ସ୍କୋର ୧୫ ରନରେ ବାଂଲାଦେଶ ଦୁଇ ଓପନର ଲିଟନ ଦାସ (୭) ଓ ନଜମୁଲ ହୁସେନ ସାଣ୍ଟୋଙ୍କ (୭) ୱିକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସାକିବ ଅଲ୍‍ ହାସାନ ଓ ୱିକେଟରକ୍ଷକ ମୁସଫିକର ରହିମ ୩ୟ ୱିକେଟ ପାଇଁ ୨୬ ରନ ଯୋଗକରି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରୁଥିବାବେଳେ ସାକିବ ୧୭ ରନ କରି ତୃତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ସାକିବଙ୍କ ପ୍ରସ୍ଥାନ ପରେ ବାଂଲାଦେଶ ସହଳ ଆଉ ଦୁଇଟି ୱିକେଟ ହରାଇଥିଲା। ମହମ୍ମଦ ମିଠୁନ ୯ ଓ ମୁସଫିକର ୨୧ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ମହମ୍ମଦୁଲ୍ଲା (୨୫) ଓ ମୋସାଡେକ ହୁସେନ (୧୨) ୬ଷ୍ଠ ୱିକେଟ ପାଇଁ ୩୬ ରନ ଯୋଗକରିଥିଲେ। ୧୦୧ ରନ ମଧ୍ୟରେ ଏ ଦୁଇଜଣ ଆଉଟ ହେବାଫଳରେ ବାଂଲାଦେଶ ସ୍ଥିତି ବିପନ୍ନ ହୋଇପଡିଥିଲା। ଅଧିନାୟକ ମାସ୍ରାଫେ ମୋର୍ତାଜା ଓ ମେହେଦି ହାସାନ ମିରାଜ୍‍ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ୮ମ ୱିକେଟ ପାଇଁ ମୂଲ୍ୟବାନ ୬୬ ରନ ଯୋଗକରିଥିଲେ। ୧୬୯ ରନରେ ଏ ଦୁହେଁ ଆଉଟ ହେବାପରେ ବାଂଲାଦେଶ ୪୯.୧ ଓଭରରେ ୧୭୩ ରନରେ ଅଲଆଉଟ ହୋଇଥିଲା। ମୋର୍ତାଜା ୨୬ ଓ ମିରାଜ ୪୨ ରନ କରିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରା ପ୍ରତ୍ୟେକ ୩ଟି ୱିକେଟ ପାଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories