www.samajalive.in
Monday, December 8, 2025
24.1 C
Bhubaneswar

ଭଦ୍ରକରେ ବିଜେଡିର ଦବଦବା, ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ଅକ୍ତିଆର କଲାଣି ୩ ଆସନ

ଭଦ୍ରକ: ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ୍‍ ଗଣତି । ପ୍ରଥମ ପର୍ଯ୍ୟାୟରେ ବିଜେଡି ବାଜିମାତ୍‍ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନ ଭଦ୍ରକରେ ମଧ୍ୟ ବିଜେଡି ଜିଲ୍ଲା ପରିଷଦ ଆସନରେ ବାଜିମାତ୍‍ କରିଛି । ତିନିଟି ଆସନରେ ବିଜେଡି ବିପୁଳ ପରିମାଣରେ ଭୋଟ୍‍ ପାଇ ଜିତିଛି । ଭଦ୍ରକ ଜିଲ୍ଲାର ଧାମନଗର, ତିହିଡ଼ି ଓ ଚାନ୍ଦବାଲିରେ ବହୁ ସଂଖ୍ୟାରେ ଭୋଟ୍‍ ପାଇ ଜିତିଛି ବିଜେଡି । ଭଦ୍ରକର ଧାମନଗର ୧୦ନଂ ଜୋନରେ ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ୱାଳ ୧୪୩୮୯ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ରଞ୍ଜିିତା ସ୍ୱାଇଁକୁ ପରାସ୍ତ କରିଛନ୍ତି । ରଞ୍ଜିତା ସ୍ୱାଇଁକୁ ୧୦,୩୨୫ ଖଣ୍ଡ ଭୋଟ୍‍ ମିଳିଛି । କଂଗ୍ରେସର ପ୍ରାର୍ଥିନୀ ପ୍ରତିଭା ଦାସ ୮୧୩ ଖଣ୍ଡ ଭୋଟ୍‍ ପାଇଛନ୍ତି ।

ସେହିପରି ଭଦ୍ରକର ତିହିଡ଼ି ଜିଲ୍ଲା ପରିଷଦରେ ବିଜେଡିର ବିଜୟ ହୋଇଛି । ବିଜେଡିର ରୁଜାତା ପଣ୍ଡା ୧୨୧୩୪ ଖଣ୍ଡ ଭୋଟ୍‍ ପାଇ ଜିତିଛନ୍ତି । ବିଜେପିର ପିୟଙ୍କା ନନ୍ଦ ୯୫୪୦ ଖଣ୍ଡ ଭୋଟ୍‍ ପାଇଥିବା ବେଳେ କଂଗ୍ରେସର ପୁଷ୍ପାଞ୍ଜଳି ପଣ୍ଡା ୪୧୭ ଖଣ୍ଡ ଭୋଟ୍‍ ପାଇଛନ୍ତି । ଚାନ୍ଦବାଲିରେ ମଧ୍ୟ ବିଜୟ ହୋଇଛି ବିଜେଡି । ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ୧୫୨୭୦ ଖଣ୍ଡ ଭୋଟ୍‍ ପାଇ ଜିତିଛନ୍ତି । ବିଜେପି ସୁରେଶ ସାହୁ ୧୧୭୯୨ ଖଣ୍ଡ ଭୋଟ୍‍ ପାଇଥିବା ବେଳେ କଂଗ୍ରେସର ନିମାଇଁ ଚରଣ ଦାସ ୧୫୬୬ ଖଣ୍ଡ ଭୋଟ୍‍ ପାଇଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories