ମୁମ୍ବଇ : ଜେଟ୍ ଏୟାରୱେଜ୍ର କର୍ମଚାରୀଙ୍କ ଅବହେଳା କାରଣରୁ ହଟ୍ଟହଟ୍ଟା ହୋଇଥିବା ବିମାନ କର୍ମଚାରୀମାନେ ଶୁକ୍ରବାର କମ୍ପାନୀଠାରୁ କ୍ଷତିପୂରଣ ଲୋଡିଛନ୍ତି। କ୍ଷତିପୂରଣ ବାବଦ ୩୦ ଲକ୍ଷ ଟଙ୍କା ଏବଂ ବିମାନ ଯାତ୍ରା ବେଳେ ଇକୋନୋମି ବର୍ଗର ଟିକେଟରେ ବିଜ୍ନେସ ବର୍ଗ ସୁବିଧା ନିମନ୍ତେ ୧୦୦ଟି ଭାଉଚର ପ୍ରଦାନ କରିବାକୁ ଏହି ଯାତ୍ରୀମାନେ ଦାବି କରିଛନ୍ତି। ଗୁରୁବାର ମୁମ୍ବଇରୁ ଜୟପୁର ଅଭିମୁଖେ ବାହାରିଥିବା ଜେଟ୍ ଏୟାରୱେଜ୍ ୯ ଡବ୍ଲ୍ୟୁ ୬୯୭ ବୋଇଂ ୭୩୭ ବିମାନର କର୍ମଚାରୀମାନେ ବିମାନର ଚାପ ନିୟନ୍ତ୍ରଣକାରୀ ଯନ୍ତ୍ର ଖୋଲିବାକୁ ଭୁଲି ଯାଇଥିଲେ। ଫଳରେ ମୋଟ ୧୬୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିଲା। ଏଣୁ ବିମାନଟିକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଥିଲା। ଏହି ଘଟଣାରେ ବିମାନ କର୍ମଚାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।
Popular Categories



