ଚେନ୍ନଇ : ଚେନ୍ନଇ ବିମାନ ବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବସ୍ରେ ଗୁରୁବାର ସନ୍ଧ୍ୟାରେ ନିଅାଁ ଲାଗିଯାଇଥିଲାବେଳେ ବିମାନ କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସମୟୋଚିତ୍ ପଦକ୍ଷେପ ଯୋଗୁଁ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁସାରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋର ଏକ ବସ୍ ଏକ ବିମାନ ଅବତରଣ କରିଥିବା ସ୍ଥାନକୁ ଯାଉଥିଲା। ମାତ୍ର ବୋଡିଂ ଗେଟ୍ ନଂ ୧୩ ପାଖରେ ବସ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ନିଆଁ ଲିଭାଇବାର ବ୍ୟବସ୍ଥା କରିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଦୁର୍ଘଟଣାର କାରଣ ଜଣାପଡି ନ ଥିବା ବେଳେ ଏ ନେଇ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି।
Popular Categories



