www.samajalive.in
Monday, December 8, 2025
13.1 C
Bhubaneswar

କେରଳ ନନ୍‍ ବଳାତ୍କାର ମାମଲା: ବିଶପ୍‍ ମୁଲାକ୍କାଲ ଗିରଫ

କୋଚି : କେରଳ ନନ୍‍ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଦର ବିଶପ୍‍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ରାଜ୍ୟ ପୁଲିସ ଶୁକ୍ରବାର ଗିରଫ କରିଛି। ୨୦୧୪ରୁ ୨୦୧୬ ମଧ୍ୟରେ ୧୩ ଥର ଅଭିଯୋଗକାରିଣୀ ନନ୍‍ଙ୍କୁ ବଳାତ୍କାର କରିବା ନେଇ ତାଙ୍କ ବିରୋଧରେ ଏଫ୍‍ଆଇଆର୍‍ ରୁଜୁ ହୋଇଥିଲା। ଥ୍ରିପୁନିଥୁରାଠାରେ କ୍ରାଇମ ବ୍ରାଞ୍ଚ ପୁଲିସ ମୁଖ୍ୟାଳୟରେ କ୍ରମାଗତ ତୃତୀୟ ଦିନ ପାଇଁ ଜେରା ନିମନ୍ତେ ମୁଲାକ୍କାଲ ହାଜର ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ମୁଲାକ୍କାଲଙ୍କୁ ଗିରଫ ଦାବିରେ ନନ୍‍ଙ୍କ ସମର୍ଥକମାନେ ଗତ ଦଶ ଦିନ ହେବ ଧାରଣାରେ ବସିଥିବା ବେଳେ ଏହି ଖବର ସେମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତି କରିଛି। କ୍ରାଇମ ବ୍ରାଞ୍ଚ ପୁଲିସ ଗୁରୁବାର ତାଙ୍କ ୮ ଘଣ୍ଟା ଧରି ତାଙ୍କୁ ଜେରା କରିବା ପରେ ଶୁକ୍ରବାର ପୂର୍ବାହ୍ଣ ୧୦ଟା ୩୦ ମିନିଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲା। କୋଚିସ୍ଥିତ ଏକ ପଞ୍ଚତାରକା ହୋଟେଲରେ ରହୁଥିବା ମୁଲାକ୍କାଲ ପୂର୍ବାହ୍ଣ ୧୦ଟା ୪୦ରେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ନନ୍‍ ବିରୋଧରେ ଏକ ଅଭିଯୋଗର ତଦନ୍ତ ନିର୍ଦେଶ ଦେବା କାରଣରୁ ତାଙ୍କୁ ଫଶାଇବାକୁ ଉଦ୍ୟମ ହୋଇଥିବା ଦର୍ଶାଇ ମୁଲାକ୍କାଲ ବଳାତ୍କାର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଅନ୍ୟପଟେ ଭାଟିକାନ ପକ୍ଷରୁ ତାଙ୍କୁ ସାମୟିକ ଭାବେ ଗୁରୁବାର ଜଳନ୍ଧର ଡିଓସିସ୍‍ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories