www.samajalive.in
Monday, December 8, 2025
27.1 C
Bhubaneswar

ୟୁକ୍ରେନରେ ଫସିଛନ୍ତି ଗୁଣୁପୁରର ୩ ଡ଼ାକ୍ତରୀ ଛାତ୍ରଛାତ୍ରୀ, ସୁରକ୍ଷିତ ଫେରାଇ ଆଣିବାକୁ ଅବିଭାବକଙ୍କ ନିବେଦନ

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁରର ୩ ଡ଼ାକ୍ତରୀ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି। ଏହି ୩ ଜଣଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀ ରହିଥିବା ବେଳେ ଜଣେ ଛାତ୍ର ଥିବା ଜଣାପଡିଛି। ୟୁକ୍ରେନର ଭେନିସ୍ତିଆ ସିଟିରେ ଥିବା ଭେନିସ୍ତିଆ ନ୍ୟାସନାଲ ମେଡ଼ିକାଲ ୟୁନିଭରସିଟିରେ ଏହି ୩ ଛାତ୍ରଛାତ୍ରୀ ଏମବିବିଏସ ପଢୁଥିବା ଜଣାପଡିଛି। ଡି.ଶ୍ରେୟା ଦ୍ୱିତୀୟ ବର୍ଷର ଛାତ୍ରୀ ହୋଇଥିବା ବେଳେ, ସିଏଚ ସମ୍ପଦ ବିନାୟକ ଓ ଗିରିଜାଲା ସନ୍ତୋଷୀ ପ୍ରଥମ ବର୍ଷରେ ପଢ଼ୁଥିବା ଜଣାପଡିଛି। ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେଠାରୁ ସୁରକ୍ଷିତ ଭାବେ ପିଲାଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ଉକ୍ତ ଛାତ୍ରଛାତ୍ରୀଙ୍କ ଅବିଭାବକ। ବର୍ତ୍ତମାନ ପିଲାମାନେ ସେଠାରେ ଭଲରେ ଓ ସୁରକ୍ଷିତ ଭାବେ ଅଛନ୍ତି ତଥାପି, ପ୍ରତି ଏକ ଘଣ୍ଟା ରେ ଭିଡ଼ିଓ କଲ ଜରିଆରେ କଥାବାର୍ତ୍ତା କରୁଥିଲେ ମଧ୍ୟ, ମନରେ ଭୟ ରହୁଛି ତେଣୁ ଭାରତ ସରକାର ଓ ରାଜ୍ୟ ସରକାର ଏନେଇ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ପରିବାର ଲୋକେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ସହ ଓଡ଼ିଆଙ୍କ ଫେରିବା ନେଇ କଥାବାର୍ତ୍ତା କରିଛନ୍ତି। ସେଠାରୁ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories