www.samajalive.in
Monday, December 8, 2025
14.1 C
Bhubaneswar

ୟୁକ୍ରେନର ୧୩ଟି ସ୍ଥାନରେ ବିସ୍ଫୋରଣ, ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ୟୁକ୍ରେନ ଓ ରୁଷ ମଧ୍ୟରେ ଲଢ଼େଉ । ୟୁକ୍ରେନର ରାଜଧାନୀ ସମେତ ୧୩ଟି ସ୍ଥାନରେ ରୁଷ ବିସ୍ଫୋରଣ କରିଛି । ଏହି ବିସ୍ଫୋରଣରେ ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ୟୁକ୍ରେନର ଗୃହମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ୟୁକ୍ରେନର ନାଗରିକଙ୍କୁ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥି ସହିତ ୟୁକ୍ରେନ ରୁଷକୁ କଡ଼ା ଜବାବ ଦେବ ବୋଲି ଦୃଢ଼ୋକ୍ତି ବାଢ଼ିଛି । ବର୍ତ୍ତମାନ ରୁଷର ୫ଟି ଲଢ଼ୁଆ ବିମାନକୁ ଖସାଇଛି ୟୁକ୍ରେନ୍‍ । ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେଇଛି ।

ଏନେଇ ଏକ ଜାତୀୟ ଗରମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ୫ଟି ଯୁଦ୍ଧ ବିମାନ ମଧ୍ୟରେ ଗୋଟିଏ ଆଟାକିଂ ହେଲିକପ୍ଟର ମଧ୍ୟ ରହିଛି । ଯାହାକି ୟୁକ୍ରେନକୁ ବଡ଼ ସଫଳତା ବୋଲି କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମର ଅଚଳ ହୋଇଯାଇଛି । ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମର ଅଚଳ ହେବାନେଇ ସୂଚନା ଦେଇଛି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories