www.samajalive.in
Sunday, December 7, 2025
23.1 C
Bhubaneswar

ରୁଷର ୫ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଲା ୟୁକ୍ରେନ ସେନା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଲଢ଼େଇ ବଢ଼ିବାରେ ଲାଗିଛି । ଆଜି ସକାଳେ ରୁଷ ୟୁକ୍ରେନ୍‍ ଉପରେ ଆକ୍ରମଣ କରିଥିବା ବେଳେ, ବର୍ତ୍ତମାନ ୟୁକ୍ରେନ୍‍ ରୁଷର ୫ଟି ବିମାନକୁ ଖସାଇଛି । ବିବାଦୀୟ ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେଇଛି । ଏନେଇ ଏକ ଜାତୀୟ ଗରମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ୫ଟି ଯୁଦ୍ଧ ବିମାନ ମଧ୍ୟରେ ଗୋଟିଏ ଆଟାକିଂ ହେଲିକପ୍ଟର ମଧ୍ୟ ରହିଛି । ଯାହାକି ୟୁକ୍ରେନକୁ ବଡ଼ ସଫଳତା ବୋଲି କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମର ଅଚଳ ହୋଇଯାଇଛି । ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମର ଅଚଳ ହେବାନେଇ ସୂଚନା ଦେଇଛି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ।

ରୁଷ ପକ୍ଷରୁ ୟୁକ୍ରେନର ସାମରିକ ଭିତ୍ତିଭୂମି ଉପରେ ହମଲା କରାଯାଉଛି । ଅନ୍ୟପଟେ ଏହି ହମଲା ଯୋଗୁ ୟୁକ୍ରେନ୍‍ରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ବିମାନ ଚଳାଚଳ ବନ୍ଦ ହେବା ସହ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି। ଅନ୍ୟପଟେ ରୁଷ ଦାବି କରିଛି କି କୌଣସି ସାରଧାରଣ ଲୋକଙ୍କୁ ଟାର୍ଗେଟ କରୁନାହିଁ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories