www.samajalive.in
Monday, December 8, 2025
14.1 C
Bhubaneswar

୨୨ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍‍: ଡମପଡା ବ୍ଲକର ୨୬୨ ବୁଥ୍‌ରେ ମତଦାନ କରିବେ ୭୬,୬୭୩ଜଣ

ବାଙ୍କୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଫେବୃଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ। ଡମପଡା ବ୍ଲକର ୩୭ ଓ ୩୮ ନମ୍ବର ଜୋନ୍‌ର ୧୭ଟି ପଞ୍ଚାୟତର ୨୬୨ ବୁଥରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଅପରାହ୍ନରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସମସ୍ତ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଡମପଡା ବ୍ଲକ ପ୍ରଶାସନ ପକ୍ଷରୁ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ବ୍ଲକ ପ୍ରଶାସନ ନିକଟରୁ ବ୍ଲକର ସମସ୍ତ ବୁଥ୍‌କୁ ବୁଥ୍‍ ସାମଗ୍ରୀ ସହ ଅଧିକାରୀମାନଙ୍କୁ ପଠାଯିବା ପାଇଁ ବ୍ୟବହୃତ ଗାଡିଗୁଡିକ ବ୍ଲକ ପରିସରରେ ପହଞ୍ଚି ସାରିଛି। ୨୧ ତାରିଖ ସକାଳ ୮ଟାରୁ ସୂଚନା ମୁତାବକ ପୁଲିଂ ପାର୍ଟିମାନେ ନିଜ ନିଜ ବୁଥ୍‍କୁ ଯାତ୍ରା କରି ଭୋଟ୍‍ କାର୍ଯ୍ୟର ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ବ୍ଲକ ନିର୍ବାଚନ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଚଳିତ ବର୍ଷ ଡମପଡା ବ୍ଲକର ୩୭ ଓ ୩୮ ନମ୍ବର ଜୋନ୍‍ରେ ୭୬,୬୭୩ ଜଣ ଭୋଟର ମତଦାନ କରି ନିଜର ନିର୍ଣ୍ଣାୟକ ପାର୍ଥୀ ଚୟନ କରିବେ। ନିର୍ବାଚନକୁ ଶୃଙ୍ଖଳା ଓ ସ୍ୱାଧୀନ ଭାବରେ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ କଡା ସୁରକ୍ଷା ଓ ପୁଲିସର ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ଡମପଡା ବ୍ଲକରେ ୩୯,୮୭୧ ପୁରୁଷ ଓ ୩୬,୮୦୨ ଜଣ ମହିଳା ଭୋଟର ନିଜର ମତଦାନ କରିବେ। ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନର ସୂଚନାକ୍ରମରେ ଚଳିତ ନିର୍ବାଚନରେ ୨୬୨ ବୁଥ୍‍ ମଧ୍ୟରୁ ୪୧ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ ହୋଇଥିଲା ବେଳେ ୨୨୧ଟି ଶାନ୍ତିପୂର୍ଣ୍ଣ କେନ୍ଦ୍ର ଚିହ୍ନଟ ହୋଇଛି। ସମସ୍ତ ସମ୍ବେଦନଶୀଳ କେନ୍ଦ୍ରଗୁଡିକୁ କଡା ନଜର ରଖାଯାଇ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories